ଡାକୋଟା ଫେରିଚି - ରଞ୍ଜନ କୁମାର ବ୍ରହ୍ମା

2

ଓଡିଶା ଡାକରେ ଡାକୋଟା ଫେରିଚି
ଫେରିଛି ଜାତିର ମାନ,
ମାଆର ପଣତ ସରଗଠୁ ବଳି
ମାତୃଭୂମି ପ୍ରିୟ ସ୍ଥାନ ।।

ପିତା ପ୍ରତି ଭକ୍ତି ଜାତି ପ୍ରତି ଭେଟି
ଏହାଠୁ ବଡ଼ କି ଅଛି ?
ଦାୟାଦ କର୍ତ୍ତବ୍ୟ ଓଡ଼ିଆ ପ୍ରାଣକୁ
ପୁଲକିତେ ହସାଇଛି ।।

ସିଂହାସନେ ବସି ରାଜଋଷି ସମ
ରାଇଜ ପାଳିବା ଧର୍ମ,
ଯା'ପାଖେ ରହିଛି କେବେ ନ ହଜିଛି
ପ୍ରବାଦ ବୀର ତା ଜନ୍ମ ।।

ଆଜିର ଦିନକୁ କେବେ ନ ଭୁଲିବ
ଏ ମାଟି ଓଡ଼ିଆ ପୁଅ,
ପୂରୁବ ସମୟ ଫେରାଇ ଆଣିବ
ସମୃଦ୍ଧି ଖୁସିର ସୁଅ ।।

ଚିକିଟୀ ଗଡ଼, ଗଞ୍ଜାମ

Post a Comment

2Comments
  1. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡିଶା ଫେରିବା ସମ୍ବନ୍ଧରେ ଖୁବ ସୁନ୍ଦର ଭାବେ ଏହି କବିତାରେ ବର୍ଣ୍ଣନା କରିଛନ୍ତି ଆପଣ ।

    ReplyDelete
  2. Beautiful poem sir

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ