
ମନ ତହିଁ ଵଡ ଛୋଟିଆ ମୋ ଘର
ବହୁଥାଏ ଯହିଁ ପ୍ରେମ ପାରାବାର
ବାନ୍ଧି ରଖିଥାଏ ସକଳଙ୍କୁ ସଦା
ଅଦୃଶ୍ୟ ସ୍ନେହର ଡୋର
ବୈକୁଣ୍ଠ ସମାନ ଆହା ଅଟେ ସିଏ
ମୁକ୍ତିର ପ୍ରଥମ ଦ୍ଵାର
ପୁଣ୍ୟ ମୋ ପରିବାର ।।
ଅର୍ଥ ନୁହେଁ କିବା ସ୍ଵାର୍ଥ ନୁହେଁ ବଡ
ଲାଗିଥାଏ ଯହିଁ ପ୍ରୀତିର ଦୌଡ
ବିପଦ ସଂପଦେ ଏକ ପାଇଁ ଆନ
ହୋଇଥାନ୍ତି ଆଗଭର
ବିକଳ୍ପ ତାପରି ନାହିଁ ଆଉ କେହି
କାହାକୁ ଭାଵେନି ପର
ପୁଣ୍ୟ ମୋ ପରିବାର ।।
ଆକର୍ଷଣ ଆଉ ଆବେଗ ତା ଭିନ୍ନ
କରୁଥାଏ ସଦା ଜୀବନକୁ ଧନ୍ୟ
ସାହାସରେ ଯିଏ ଅଟଇ କୁବେର
ପ୍ରେରଣା ପିୟୂଷ ଝର
ଯେତେ ଦୂରେ ଥିଲେ ଝୁରୁଥାଏ ତାକୁ
ମୋ ହୃଦୟେ ଶୋଣିତ ଧାର
ପୁଣ୍ୟ ମୋ ପରିବାର ।।
ମଥାପରେ ଅଛି ତାହାର ଆଶିଷ
ଵାଣ୍ଟେ ସୁଖ ଦୁଃଖ ଦେଖି ନାହିଁ ଦୋଷ
ସେଇଠୁ ଦେଖିଛି ପ୍ରଥମ ଆଲୋକ
କପାଳେ ଆଙ୍କିଛି ଗାର
ଶେଷ ନିଃଶ୍ୱାସରେ ଥାଉ ତା'ର କୋଳ
ସିଏ ମୋ ସରଗ ପୁର
ପୁଣ୍ୟ ମୋ ପରିବାର ।।
ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦
VOL.IX, ISSUE.IX, SEPTEMBER-2025
Published By Banamallira Mahak