ସର୍ତ୍ତାବଳୀ


ବଣମଲ୍ଲୀର ମହକ ସର୍ବଦା ନିର୍ଭୁଲ ଲେଖା ପ୍ରକାଶନ ଦିଗରେ ଗୁରୁତ୍ୱ ଦେଇଥାଏ । ଲେଖା ଗୁଡିକୁ ନିର୍ଭୁଲ ଭାବେ ଟାଇପ କରି ଏହି ୱେବସାଇଟରେ ଉପଲବ୍ଧ ଇମେଲ କିମ୍ବା ୱେବ ଫର୍ମ ଜରିଆରେ ପଠାଇ ପାରିବେ ।

ଲେଖାଟିଏ ଆମ ନିକଟରେ ପହଞ୍ଚିବା ପରେ ବଣମଲ୍ଲୀର ମହକ ସମ୍ପାଦନା ମଣ୍ଡଳୀ ଦ୍ଵାରା ଚୟନ କରାଯାଇ ନିର୍ଦ୍ଧିଷ୍ଟ ବିଭାଗରେ ପ୍ରକାଶିତ ହୋଇଥାଏ । ଏହି ପ୍ରକ୍ରିୟା ସମାପ୍ତ ହେବା ନିମନ୍ତେ ପ୍ରାୟ ଏକ ସପ୍ତାହ ସମୟ ଲାଗିଥାଏ ।

ଲେଖକ ଲେଖିକାଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ନଥିଲେ ଲେଖାଟିକୁ ପ୍ରକାଶ କରାଯାଏ ନାହିଁ । କିମ୍ବା ଅପ୍ରକାଶିତ ଲେଖାଟିକୁ ଫେରସ୍ତ ଦେବାର କୌଣସି ବ୍ୟବସ୍ଥା ନାହିଁ ।

ବଣମଲ୍ଲୀର ମହକ ୱେବ ମାଗାଜିନରେ ପ୍ରକାଶ ପାଉଥିବା ଲେଖା ଗୁଡିକୁ ପ୍ରତ୍ୟେକ ଦିନ ଆମ ଦେଶ ତଥା ବିଦେଶରୁ ହଜାର ହଜାର ସଂଖ୍ୟାରେ ଓଡ଼ିଆ ପାଠକ ପାଠିକା ମାନେ ପଢ଼ିଥାନ୍ତି । କୌଣସି ଲେଖାକୁ ନେଇ ଯଦି କେବେ କିଛି ବିବାଦୀୟ ପରିସ୍ଥିତି ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଲେଖକ ଲେଖିକା ହିଁ ଦାୟୀ ରୁହନ୍ତି । ଏହି ସମସ୍ୟା ନିମନ୍ତେ କୌଣସି ପରିସ୍ଥିତିରେ ବଣମଲ୍ଲୀର ମହକ ସମ୍ପାଦକ କିମ୍ବା କୌଣସି ସଦସ୍ୟ ଦାୟୀ ନୁହଁନ୍ତି ।

ଲେଖାଟି ଥରେ ପ୍ରକାଶିତ ହେବା ପରେ ଏହି ୱେବ-ଜର୍ଣ୍ଣାଲରେ ତାହା ଚିରସ୍ଥାୟୀ ହୁଏ । ଲେଖାଟିକୁ ହଟାଇବାର କୌଣସି ବ୍ୟବସ୍ଥା ନାହିଁ । ଯଦି କୌଣସି ଲେଖା ସ୍ଵରଚିତ ନହୋଇ ଅନ୍ୟ ଲେଖକଙ୍କ ଠାରୁ ନକଲ ହୋଇଥିବା ପ୍ରମାଣିତ ହୁଏ, ତେବେ ସେହି ଲେଖାଟିକୁ ବଣମଲ୍ଲୀର ମହକ ୱେବ-ଜର୍ଣ୍ଣାଲରୁ ତୁରନ୍ତ ହଟାଇ ଦିଆ ଯିବାର ବ୍ୟବସ୍ଥା ରହିଛି ।

ବଣମଲ୍ଲୀର ମହକ ପକ୍ଷରୁ ପ୍ରକାଶ ପାଉଥିବା ମାସିକ ଡିଜିଟାଲ ପତ୍ରିକାରେ ଆପଣଙ୍କ ଲେଖା ପ୍ରକାଶ କରିବାକୁ ଇଚ୍ଛୁକ ଥିଲେ ୱେବସାଇଟରେ ଉପଲବ୍ଧ ଇମେଲ ଠିକଣାରେ ଲେଖା ପଠାଇପାରିବେ । ମାସିକ ପତ୍ରିକା ଗୁଡିକ ଅନଲାଇନରେ ପଢିବା ସହିତ ଡାଉନଲୋଡ କରିବା ପାଇଁ ଏହାର ସବ-ଡୋମିନକୁ ପରିଦର୍ଶନ କରନ୍ତୁ > https://magazine.banamalli.org

(full-width)