
ଆମେ ବଣମଲ୍ଲୀର ମହକ ପ୍ରତ୍ୟେକ ବ୍ୟକ୍ତି ବିଶେଷ (ଲେଖକ / ପାଠକ କିମ୍ବା ଉପଭୋକ୍ତା / ବ୍ୟବହାରକର୍ତ୍ତା) ଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ପ୍ରତି ସଚେତନ ଅଟୁ । https://www.banamalli.org କୁ ପଢୁଥିବା ସମସ୍ତ ପାଠକ, ଲେଖକ ତଥା ପରିଦର୍ଶକମାନଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେବା ପାଇଁ ଆମେ ଏହି ଗୋପନୀୟତା ନୀତିକୁ ଆପଣଙ୍କ ଅବଗତି ନିମନ୍ତେ ଉପସ୍ଥାପିତ କରିଅଛୁ । ଏହି ୱେବସାଇଟର ବ୍ୟବହାରକାରୀ ନିଜର ସୃଜନାତ୍ମକ ଲେଖା ପୋଷ୍ଟ କରିବା ସମୟରେ ସେମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବ୍ୟକ୍ତିଗତ ସୂଚନା ବଣମଲ୍ଲୀର ମହକ ଦ୍ୱାରା କିଭଳି ଗଚ୍ଛିତ, ସୁରକ୍ଷିତ ଏବଂ ବ୍ୟବହୃତ ହେବ ସେହି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏହି ଗୋପନୀୟତା ନୀତିରେ ଲିପିବଦ୍ଧ । ଏହି ୱେବସାଇଟକୁ ବ୍ୟବହାର କରିବା ପୂର୍ବରୁ ନିଶ୍ଚୟ ଏହି ଗୋପନୀୟତା ନୀତିକୁ ଥରେ ପଢି ନିଅନ୍ତୁ ।
ସଂଗୃହୀତ ସୂଚନା ଏବଂ ଗଚ୍ଛିତ ତଥ୍ୟ :
ବଣମଲ୍ଲୀର ମହକ ୱେବସାଇଟରେ ଆପଣଙ୍କ ସୃଜନାତ୍ମକ ସୃଷ୍ଟି ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଗୁଡିକ ଉପସ୍ଥାପନ କରିବା ସମୟରେ ଆପଣଙ୍କୁ କିଛି ବ୍ୟକ୍ତିଗତ ସୂଚନା ଯଥା - ନିଜର ନାମ, ଠିକଣା ଓ ଇମେଲ ଆଦି ସୂଚୀତ କରିବାକୁ କୁହାଯାଇଥାଏ । ବଣମଲ୍ଲୀର ମହକ ୱେବସାଇଟରେ ଲେଖା ପୋଷ୍ଟ କରିବା ସମୟରେ କେବଳ ବାଧ୍ୟତାମୂଳକ ସ୍ତମ୍ଭ ଗୁଡିକୁ ପୂରଣ କରିବା ଆବଶ୍ୟକ । ୱେବସାଇଟ ବ୍ୟବହାରକାରୀଙ୍କ ମଧ୍ୟରେ ଆପଣଙ୍କୁ ଚିହ୍ନଟ କରିବା ପାଇଁ ଏହି ସୂଚନା ଗୁଡିକ ସଂଗ୍ରହ କରାଯାଇଥାଏ । ଏହାଛଡା ଆମ ନିକଟକୁ ଇମେଲ ମାଧ୍ୟମରେ ନିଜର ଲେଖା ଗୁଡିକୁ ପଠାଉଥିଲେ, ଏହାକୁ ଆମେ ସଂରକ୍ଷଣ କରିଥାଉ । “କୁକିଜ୍” ସହିତ ସଂଲଗ୍ନ ହୋଇଥିବା କିଛି ସୂଚନା ମଧ୍ୟ ସ୍ୱୟଂଚାଳିତ ଭାବରେ ବଣମଲ୍ଲୀର ମହକ ଦ୍ୱାରା ସଂଗୃହୀତ ହୋଇଥାଏ ଯାହା ଆପଣଙ୍କୁ ଭଲ ଭାବରେ ସେବା ଯୋଗାଇବା ନିମନ୍ତେ ନିତାନ୍ତ ଆବଶ୍ୟକ । କୁକିଜ୍ ହେଉଛି କମ୍ପ୍ୟୁଟର, ଲାପଟପ୍ ଏବଂ ମୋବାଇଲ ଫୋନ ହାର୍ଡ ଡ୍ରାଇଭରେ ଗଚ୍ଛିତ ଛୋଟ ଛୋଟ ଫାଇଲ । ଆପଣଙ୍କ ଡିଭାଇସରେ ଗଚ୍ଛିତ କୁକିଜ୍ ଗୁଡିକ ଆପଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଦିଗରେ ସାହାଯ୍ୟ କରନ୍ତି ଏବଂ ବ୍ରାଉଜର୍ ସେଟିଂସମୂହର ପୁନରୁଦ୍ଧାର କରନ୍ତି । ଅନ୍ୟାନ୍ୟ ୱେବସାଇଟ୍ ପରି ବଣମଲ୍ଲୀର ମହକ ମଧ୍ୟ ଇଣ୍ଟରନେଟ୍ ପ୍ରୋଟୋକଲ୍ ଠିକଣା, ୱେବସାଇଟ ବ୍ୟବହାରକାରୀଙ୍କ ପ୍ରବେଶ ସଂଖ୍ୟା, ବିଷୟଗୁଡିକର ସନ୍ଧାନ ଏବଂ ବ୍ୟବହୃତ ବ୍ରାଉଜର୍ ସମ୍ବନ୍ଧିତ ସୂଚନା ଗଚ୍ଛିତ କରିଥାଏ । ଯେହେତୁ ବଣମଲ୍ଲୀ ଡଟ୍ ଅର୍ଗ ଏହାର ୱେବସାଇଟରେ ଅନୁଚ୍ଛେଦ ଗୁଡିକୁ ଗଚ୍ଛିତ କରେ, ଅଂଶୀଦାର କରେ ଏବଂ ପ୍ରଦର୍ଶିତ କରେ ତେଣୁ ଆମେ ଆମର ଉପଭୋକ୍ତାମାନଙ୍କ ଦ୍ୱାରା ଲିଖିତ ସୂଚନାକୁ ଅନୁଚ୍ଛେଦରେ ଗଚ୍ଛିତ କରିଥାଉ । ଯଦି କୌଣସି ଉପଭୋକ୍ତା ଆମ ୱେବସାଇଟରେ କୌଣସି ସୂଚନା ଲେଖନ୍ତି କିମ୍ବା ଅଂଶୀଦାର କରନ୍ତି ଏବଂ ପରେ ହୃଦୟଙ୍ଗମ କଲେ ଯେ ଏହା ଅଂଶୀଦାର ହେବା ଉଚିତ୍ ନୁହେଁ ତେବେ ଉପଭୋକ୍ତା ଆମକୁ emagazinebanamalli@gmail.com ରେ ଜଣାଇ ପାରିବେ ।
ସୂଚନାର ଉପଯୋଗ ଏବଂ ସମ୍ପାଦନ :
ବଣମଲ୍ଲୀ ଡଟ୍ ଅର୍ଗ କୌଣସି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରେ ନାହିଁ କିମ୍ବା ପ୍ରକାଶ କରେ ନାହିଁ । ଏହା କେବଳ ଉପଭୋକ୍ତା ମାନଙ୍କୁ ନିର୍ଭରଯୋଗ୍ୟ, ନିରାପଦ ଏବଂ ଦକ୍ଷ ସେବା ଯୋଗାଇବା ପାଇଁ ବ୍ୟବହୃତ ହୁଏ । ଆମ ୱେବସାଇଟରେ ଆମ ଉପଭୋକ୍ତାମାନଙ୍କର ଆଗ୍ରହ ମାପିବା, ସମସ୍ୟାର ସମାଧାନ କରିବା, ଆମର ଉପଭୋକ୍ତାଙ୍କୁ କୌଣସି ଠକେଇ କିମ୍ବା ବେଆଇନ କାର୍ଯ୍ୟକଳାପରୁ ସୁରକ୍ଷିତ ରଖିବା ପାଇଁ ସୂଚନା ଗୁଡିକ ମଧ୍ୟ ବ୍ୟବହୃତ ହୁଏ । ବଣମଲ୍ଲୀର ମହକ ଦ୍ଵାରା ପ୍ରଦତ୍ତ ସେବାରେ ଉନ୍ନତି ଆଣିବାକୁ, ଆମର ୱେବସାଇଟରେ ଉପଲବ୍ଧ ବିଷୟବସ୍ତୁ ଗୁଡିକୁ ନିର୍ଭୁଲ ଓ ଉନ୍ନତ କରିବାକୁ ସୂଚନା ଗୁଡିକ ମଧ୍ୟ ବ୍ୟବହୃତ ହୁଏ । ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହନମୂଳକ ଅଫର ଏବଂ ବାର୍ତ୍ତା ପଠାଇବା ପାଇଁ ଆମେ ମଧ୍ୟ ସୂଚନାଗୁଡିକୁ ବ୍ୟବହାର କରୁ । ବଣମଲ୍ଲୀ ଡଟ୍ ଅର୍ଗ ବ୍ୟତୀତ ଆମର ଉପଭୋକ୍ତାମାନଙ୍କର ସୂଚନା କଦାପି କାହା ସହିତ ଅଂଶୀଦାର ହୁଏ ନାହିଁ ଏବଂ ତାହା କେବଳ ସେହି ଅଧିକାରୀଙ୍କ ସହିତ ଯାହାଙ୍କ ସହିତ କରିବା ଆବଶ୍ୟକ । ଯେହେତୁ ଆମେ ଆମର ଉପଭୋକ୍ତାମାନଙ୍କର ଗୋପନୀୟତାକୁ ସମ୍ମାନ କରୁ ତେଣୁ ଆମର ଉପଭୋକ୍ତାମାନେ ଆମ ୱେବସାଇଟରେ ଉପଲବ୍ଧ ନିର୍ଦ୍ଦେଶାବଳୀ ଅନୁସରଣ କରି ଆମଠାରୁ କୌଣସି ପ୍ରୋତ୍ସାହନମୂଳକ ଅଫର ଗ୍ରହଣ ନକରିବାକୁ ବାଛି ପାରିବେ । ଆମେ ଆମର ଉପଭୋକ୍ତାମାନଙ୍କ କୌଣସି ବ୍ୟକ୍ତିଗତ ସୂଚନା ତୃତୀୟ ପକ୍ଷକୁ ହସ୍ତାନ୍ତର କରି ନଥାଉ । କୌଣସି ଆଇନଗତ ସମସ୍ୟା ସୃଷ୍ଟି ହେଲେ ଉପଭୋକ୍ତାଙ୍କର ସୂଚନା ହସ୍ତାନ୍ତର ହୋଇପାରେ ଏବଂ ଆମେ ତାହା କରିବାକୁ ବାଧ୍ୟ ଅଟୁ । ଅନୁଚ୍ଛେଦରେ ଲିଖିତ ସୂଚନା ଗୁଡିକ ବ୍ୟବହାରକାରୀଙ୍କ ନାମ ଓ ଠିକଣା ସହିତ ପ୍ରକାଶ ପାଇଥାଏ । ଆମ ୱେବସାଇଟରେ ପ୍ରଦର୍ଶିତ ଅନୁଚ୍ଛେଦ ଉପରେ ଯଦି କୌଣସି ପାଠକ ମନ୍ତବ୍ୟ ଦିଅନ୍ତି ତେବେ ମନ୍ତବ୍ୟ ସହିତ ତାଙ୍କ ନାମ ମଧ୍ୟ ପ୍ରକାଶ ପାଇଥାଏ । ସେବାକୁ ଉନ୍ନତ କରିବା ନିମନ୍ତେ ଯଦି ବଣମଲ୍ଲୀ ଡଟ୍ ଅର୍ଗ ଅନ୍ୟ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ସହିତ ଅଂଶୀଦାର ହୁଏ, ସେତେବେଳେ ଉପଭୋକ୍ତାମାନଙ୍କର ଆବଶ୍ୟକ ସୂଚନା ପ୍ରକାଶ ପାଇବ ।
ବିବାଦୀୟ ପରିସ୍ଥିତି :
ଯେ କୌଣସି ବ୍ୟକ୍ତି ଆମର ୱେବସାଇଟ୍ ପରିଦର୍ଶନ କରନ୍ତି ତେବେ ଏହାର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ସମସ୍ତଙ୍କ ପାଇଁ ସମାନ ଅଟେ । ଯଦି କୌଣସି ବ୍ୟକ୍ତିବିଶେଷଙ୍କର ଏହି ଗୋପନୀୟତା ନୀତି ଏବଂ ବ୍ୟବହାର ସର୍ତ୍ତ ସହିତ ଜଡିତ କୌଣସି ପ୍ରଶ୍ନ ପଚାରିବାର ଅଛି, ତେବେ ଆମକୁ emagazinebanamalli@gmail.com କୁ ଲେଖିପାରିବେ । କେବେ କୌଣସି ଲେଖାକୁ ନେଇ ଯଦି କିଛି ଆଇନଗତ ସମସ୍ୟା ସୃଷ୍ଟି ହୁଏ, ତେବେ ସେଥିପାଇଁ ସମ୍ପୃକ୍ତ ଲେଖକ ହିଁ ଦାୟୀ ରହିବେ ।