Guideline For Authors
- ‘ବଣମଲ୍ଲୀର ମହକ’ ହେଉଛି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିଭିତ୍ତିକ ପତ୍ରିକା । ଯାହା ମାସିକ ଫ୍ରିକ୍ୟୁଏନସିରେ ପ୍ରକାଶିତ ହୁଏ । ଏହାର ସଂଗ୍ରହାଳୟ (Archive) ରୁ ମାସିକଭିତ୍ତିରେ ପଢି ପାରିବେ ।
- ‘ବଣମଲ୍ଲୀର ମହକ’ ସାହିତ୍ୟ ପତ୍ରିକାରେ ଓଡିଆ ଭାଷାରେ ଗଳ୍ପ, କବିତା, ପ୍ରବନ୍ଧ, ନିବନ୍ଧ, ସନ୍ଦର୍ଭ, ପ୍ରାଚୀନ ସାହିତ୍ୟର ଆଲୋଚନା ଓ ସଂସ୍କୃତି ସମ୍ବନ୍ଧିତ ବିଷୟ ଗୁଡିକ ପ୍ରକାଶିତ ହୋଇଥାଏ ।
- ‘ବଣମଲ୍ଲୀର ମହକ’ ବର୍ତ୍ତମାନର ଯୁବପିଢ଼ିଙ୍କୁ ସାହିତ୍ୟମନସ୍କ ତଥା ମାତୃଭାଷା ପ୍ରତି ମୋହ ସୃଷ୍ଟି କରିବାର ପ୍ରୟାସ କରିଥାଏ ।
- ‘ବଣମଲ୍ଲୀର ମହକ’ ସର୍ବଦା ନୂତନ ଲେଖକ ଲେଖିକାମାନଙ୍କୁ ଲେଖିବାକୁ ଓ ପଢିବାକୁ ପ୍ରେରଣା ଯୋଗାଇଥାଏ । ଓଡିଆ ସାହିତ୍ୟର ଅନାଲୋଚିତ ଦିଗ ଉପରେ ଆଲୋଚନା କରିବାକୁ ପଥ ପ୍ରସ୍ତୁତ କରିଥାଏ ।
- ‘ବଣମଲ୍ଲୀର ମହକ’ ସର୍ବଦା ଅପ୍ରକାଶିତ ଓ ନିର୍ଭୁଲ ଲେଖା ପ୍ରକାଶନ ଦିଗରେ ଗୁରୁତ୍ଵ ଦେଇଥାଏ । ପ୍ରକାଶନ କ୍ଷେତ୍ରରେ ପ୍ରତ୍ୟେକ ଲେଖାର ସ୍ଵତନ୍ତ୍ରତାକୁ ଅନୁଧ୍ୟାନ କରି ପ୍ରକାଶିତ କରିଥାଏ ।
- ‘ବଣମଲ୍ଲୀର ମହକ’ ପ୍ରତି ମାସରେ ଅତି କମରେ ପାଞ୍ଚଟି କିମ୍ବା ତା'ଠାରୁ ଅଧିକ ଲେଖା ପ୍ରକାଶିତ କରିଥାଏ ।
- ‘ବଣମଲ୍ଲୀର ମହକ’ ଅନଲାଇନ ପତ୍ରିକା ରୂପେ ପ୍ରକାଶ ପାଉଥିବାରୁ ଆପଣ ଯେଉଁ ମାସରେ ଲେଖାଟି ପଠାଇଥାନ୍ତି, ଲେଖାଟି ସେହି ମାସରେ ପ୍ରକାଶିତ ହୋଇଥାଏ । ଏବଂ ପିଡିଏଫ ପତ୍ରିକା ଆକାରରେ ପରବର୍ତ୍ତୀ ମାସ ସଂଖ୍ୟାରେ ପ୍ରକାଶ ପାଇଥାଏ ।
- ‘ବଣମଲ୍ଲୀର ମହକ’ର ଏହି ପତ୍ରିକା ପ୍ରକାଶନ ସେବା ସମ୍ପୁର୍ଣ୍ଣ ନିଃଶୁଳ୍କ ଓ ଦେୟମୁକ୍ତ । କୌଣସି କ୍ଷେତ୍ରରେ ବଣମଲ୍ଲୀର ମହକ ପକ୍ଷରୁ କାହାରିକୁ କେବେ ଅର୍ଥ ଦାବି କରାଯାଇ ନଥାଏ ।
- କୌଣସି ଲେଖକ ଲେଖିକା ବଣମଲ୍ଲୀର ମହକକୁ ଲେଖା ପଠାଇବାକୁ ଇଚ୍ଛୁକ ଥିଲେ ଏହି ୱେବସାଇଟରେ ଉପଲବ୍ଧ <ଲେଖନ୍ତୁ> ନ୍ୟାଭିଗେସନ ମେନୁ ବଟନ ଉପରେ କ୍ଲିକ କରି ଗୁଗୁଲ ଫର୍ମ କିମ୍ବା ଇମେଲ ଜରିଆରେ ନିଜର ଲେଖା ପଠାଇ ପାରିବେ । ଯଦି ଇମେଲ ଜରିଆରେ ଲେଖା ପଠାଉଛନ୍ତି, ତେବେ ଲେଖାଟି ୱାର୍ଡ ଫାଇଲ (MS Word File) ଦ୍ଵାରା ଡ଼ିଟିପି ହୋଇଥିବା ଆବଶ୍ୟକ ।
- ଗୁଗୁଲ ଫର୍ମ ଦ୍ଵାରା ପ୍ରେରଣ କରୁଥିବା ଲେଖା ସହ ଲେଖକଙ୍କ ନାମ, ବାସସ୍ଥାନ ଠିକଣା ଓ ଇ-ମେଲ ଠିକଣା ଆଦି ପ୍ରଦାନ କରିବା ନିତାନ୍ତ ଆବଶ୍ୟକ । ଗୁଗୁଲ ଫର୍ମ ମାଧ୍ୟମରେ ଯେଉଁ ଆବଶ୍ୟକୀୟ ତଥ୍ୟ ମଗା ଯାଇଥାଏ, ସେଗୁଡିକ ପୂରଣ କରିବା ବାଧ୍ୟତାମୂଳକ ।
- ଇମେଲ ମାଧ୍ୟମରେ ପ୍ରେରଣ କରୁଥିବା ଲେଖାଟି MS Word File ଦ୍ଵାରା ଡିଟିପି କରି ସମସ୍ତ ଆବଶ୍ୟକୀୟ ତଥ୍ୟ ସହ ଆମକୁ ଇ-ମେଲ [emagazinebanamalli@gmail.com] ମାଧ୍ୟମରେ ଫାଇଲଟି ପଠାଇ ପାରିବେ ।
- ପ୍ରତ୍ୟେକ ଲେଖକ ଲେଖିକାଙ୍କୁ ମନେ ରଖିବାକୁ ହେବ ଯେ, ବଣମଲ୍ଲୀର ମହକକୁ ପଠାଉଥିବା ଲେଖାଟି ଯେମିତି ପୂର୍ବରୁ ଅନ୍ୟ କୌଣସି ସ୍ଥାନରେ ପ୍ରକାଶିତ ହୋଇ ନଥିବ ।
(full-width)