ଦରଦୀ କି କେବେ ଦରଦ ଦିଅଇ
ଦର ଦର ପ୍ରୀତି ତାର,
ନିଜେ ସିନା ଜଳେ ଜଳାଏନା କାରେ
ଦରଦୀ ହୃଦୟ ତାର ॥
ବନ୍ଧୁତାର ଶିରୀ ସମ୍ପର୍କର ଝର
ମମତା ବନ୍ଧନ ପ୍ରୀତି,
ଦରଦୀ ପ୍ରାଣକୁ ଶିକ୍ତ କରୁଥାଏ
ମଧୁ ସ୍ୱପ୍ନେ ବିତେ ରାତି ॥
କୋହ ଦିଏ ନାହିଁ ମୋହରେ ସେ ବନ୍ଧା
ଖୋଜୁଥାଏ ଖାଲି ମନ,
ଶରୀର ପଛକେ ଦୂରେ ରହିଥାଉ
ସମ୍ବନ୍ଧ ତାହାର ପ୍ରାଣ ॥
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
VOL.IX, ISSUE.IX, SEPTEMBER-2025
Published By Banamallira Mahak