ତୁ ଆସିଲା ଦିନୁ - ପ୍ରକାଶ କୁମାର ସାହୁ

0

ତୁ ଆସିଲା ଦିନୁ ଯେବେ ମୋ ହୃଦୟକୁ 
ତୋ ରାସ୍ତା ଅନେଇ ରହି ଚାହେଁ ପ୍ରତି ମୁହୂର୍ତ୍ତକୁ 
ହେ ମୋର ପ୍ରିୟା, ତୁମେ ଅତି ଆପଣର ମମ 
ତୁଚ୍ଛ ଲାଗେ ମତେ ତୁମ ବିନା 
ତୁ ଆସିଲା ଦିନୁ  ତୁ ଆସିଲା ଦିନୁ ll୧ll

ତୋ କଥା ଦିନରାତି ଭାବୁଥାଏ ନିତି 
କେ ଜାଣି କାହିଁକି ଲାଗେ ମତେ ଏମିତି କେମିତି 
ତୋ ପାଇଁ ମୁଁ ଏକ ପ୍ରେମୀ ପାଗଳ 
ପାସୋରି ପାରେନା ଏ ଜୀବନୁ 
ତୁ ଆସିଲା ଦିନୁ ତୁ ଆସିଲା ଦିନୁ ll୨ll

ତୁ ମଧ୍ୟରାତ୍ର ଦିନେ ସ୍ୱପ୍ନରେ ଆସିଲୁ 
କାହିଁକି କିଛି ନ କହି ହୃଦୟରୁ ଚାଲିଗଲୁ 
ତୋ ସ୍ନେହ ଭରା ଚାହାଣି ତୋ ମିଠା 
ଭୁଲି ହୁଏ ନାହିଁ ମନୁ 
ତୁ ଆସିଲା ଦିନୁ ତୁ ଆସିଲା ଦିନୁ ll୩ll

ତୁ ଆସି ମୋ ମନକୁ କରିଦେଲୁ କେତେ ଉଲ୍ଲାସିତ 
ମୋ ମନ ମନ୍ଦିରେ ତୁ ବସାଟେ ବାନ୍ଧିଲୁ 
କେ ଜାଣି କାହିଁକି ଏତେ ଭଲ ମୁଁ ପାଇଲି 
ତୋ ଓଠରୁ ମିଠା ମିଠା କଥା ଶୁଣି ପାଗଳ ମୁଁ ହେଲି 
ସର୍ବ ହରା ଅଟେ ତମ ବିନା ଜାନୁ
ତୋ ଆସିଲା ଦିନୁ ତୁ ଆସିଲା ଦିନୁ ll୪ll
  
ସିଭିଲ କୋର୍ଟ,  ବଲାଙ୍ଗୀର
ମୋ - ୬୩୭୦୨୪୯୫୬୪

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)