
ଜୟ ଜୟ ଗଜାନନ ଗରରୀ ନନ୍ଦନ
ମୂଷିକ ବାହନ ପ୍ରଭୁ ବିଘ୍ନ ବିନାଶନ
ଜୟ ଜୟ ଏକଦନ୍ତ ଆହେ ବିଘ୍ନେଶ୍ଵର
ଧୂମ୍ରବର୍ଣ୍ଣ ଲମ୍ବକର୍ଣ୍ଣ ପ୍ରଭୁ ଲମ୍ବୋଦର ||
ଅଗ୍ରପୂଜ୍ୟ ସର୍ବସୁଖ ଜ୍ଞାନର ଈଶ୍ଵର
ଅନ୍ତକର ଆହେ ପ୍ରଭୁ ତମାସା ଅନ୍ଧାର
ଦୟାକର ଦୟାମୟ ଈଶ୍ଵର କୁମର
ଚରଣ ଯୁଗଳେ ତବ ମଥା ନିରନ୍ତର ||
ଜୟ ଜୟ ଗଣନାଥ ପ୍ରଭୁ ବିନାୟକ
ମଙ୍ଗଳ ମୂରତୀ ପ୍ରଭୁ ହେ'ବୁଦ୍ଧିଦାୟକ
ବୃକୋଦର ଏକାକ୍ଷର ଜୟ ଗଣାଧ୍ୟକ୍ଷ
ଢାଳିଦିଅ ଆମ ହୃଦେ ଜ୍ଞାନର ଆଲୋକ ||
ନାନା ଦୁଃଖେ ଛନ୍ତି ଭକ୍ତ ଅତିଷ୍ଠ ସଂସାର
ବିଘ୍ନେଶ୍ଵର ବିଘ୍ନ ଟାଳ, ବିନତି ମୋହର
ନମୋ ନମୋ ଗଣପତି ବିଦ୍ୟାର ସାଗର
ଘେନ ପୁଷ୍ପାଞ୍ଜଳୀ ବାରେ, କ୍ଷମି ଦୋଷ ମୋର ||
ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦
VOL.IX, ISSUE.VIII, AUGUST-2025
Published By Banamallira Mahak