ଚାଲ କ୍ୟାଲେଣ୍ଡରଟିଏ କରିବା - ରଞ୍ଜନ କୁମାର ବ୍ରହ୍ମା

0

ଚାଲ କ୍ୟାଲେଣ୍ଡରଟିଏ କରିବା
ଜନମ ଦିନ ବିବାହ ବାର୍ଷିକୀ
ଶ୍ରାଦ୍ଧ ଦିବସକୁ ରଖିବା,
କ୍ରମରେ ସେସବୁ ପାଳିବା । 
ଘର ଇତିହାସ ପାରିବାରିକ ଗ୍ରନ୍ଥ
ନିଜେ ଲେଖି ତା'କୁ ପଢିବା  ।
ନିଜର ଖୁସିକୁ ଅନ୍ୟଙ୍କ ସାଙ୍ଗରେ
ବାଣ୍ଟିକି ଆନନ୍ଦ ପାଇବା,
ଚାଲ କ୍ୟାଲେଣ୍ଡରଟିଏ କରିବା ।
ଲାଭବନ ହେବେ ଆମ ସନ୍ତାନ
ବଂଶ ବୃକ୍ଷଟିଏ ତୋଳିବା ।
ନ ଭୁଲି କାହାକୁ ଲୋଡି ହେଉଥିବେ
ସମ୍ପର୍କର ସେତୁ ବଢ଼ିଆ,
ଚାଲ କ୍ୟାଲେଣ୍ଡର ଟିଏ କରିବା ।
ସାଇତା ହୁଏ ଆଜିର ଯୁଗରେ
ମୋବାଇଲ କମ୍ପ୍ୟୁଟର ବଢିଆ ।
ସାଇତି ରହିଲେ କାମରେ ଆସିବ
ନଗର ବିଜ୍ଞାନ ଭଳିଆ,
ଚାଲ କ୍ୟାଲେଣ୍ଡରଟିଏ କରିବା ।

ଚିକିଟୀ ଗଡ଼, ଗଞ୍ଜାମ
ମୋ ନଂ - ୮୨୪୯୪୯୬୪୫୫

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments
Post a Comment (0)