ଜଗା ତୁମେ ଦେଖାଦିଅ - ରାଜେଶ କୁମାର ପଟ୍ଟନାୟକ

0

ନନ୍ଦିଘୋଷ ତୁମ ଅଟକି ଯାଇଛି
ବଡ଼ ଦାଣ୍ଡେ ଆଜି କାହିଁ,
ବଡ଼ ଲୋକଙ୍କର ବଡ଼ ଦିଅଁ ତୁମେ
ଗରିବ ରହିଛି ଚାହିଁ ।।
ନେତା ଅଫିସର ତୁମ ପାଇଁ ବଡ଼
ମୋତେ କେ ଚିହ୍ନନ୍ତି ନାହିଁ,
ତୁମ ଦଉଡ଼ି  କି ଛୁଇଁ ପାରିବିନି
ମୋର ସେ ଶକତି କାହିଁ ।।
ତୁମ ଦରଶନ ମୋ ଭାଗ୍ୟରେ ନାହିଁ
ମୁଁ କି ଯାଇ ପାରେ ପୁରୀ
ମୋ ଗାଁଆ ଦ।ଣ୍ତେ ଦରଶନ କରି
ମନ ଯାଏ ଖୁସି ଭରି ।।
ଜଗତର ନାଥ ଗରିବର ଡାକ 
ତୁମେ ତ ଶୁଣୁନ ମୋର,
ଯିବି ବାରେ ତୁମ ବଡ ଦାଣ୍ଡ ମୁଁ ଯେ
ଗଲେ କରିବନି ପର ।।
ଜୀବନରେ ଥରେ ଦରଶନ ତୁମ
କରିକି ଯାଉ ମୋ ଜୀବ,
ବଡ଼ ଦେଉଳ ରୁ ଦେଖା ଦେବ ସଖା
ତୁମେ ପରା ବଡ଼ ଦେବ ।।
ଗରିବ ର ଡାକ ତୁମେ ନ ଶୁଣିଲେ
ଆଉ କେ ଶୁଣିବ କୁହ,
ଜଗତ ର ନାଥ ଆହେ ଜଗନ୍ନାଥ
ଭିଜି ଯାଏ ଆଖି ଲୁହ।।
ମୋ ଜୀବନ ଯାଉ ରଥ ଚକ ଆଗେ 
ସମର୍ପି ଦେଇଛି ଜୀବ
ଏ ଜୀବନ ଛାର ତୁମରି ଆଶ୍ରିତ 
ରହି ଥାଉ ସଦା ଭାବ ।।

ଠିକଣା - କଟାପାଲି, ସମ୍ବଲପୁର

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments
Post a Comment (0)