ମୋ ଓଡିଶା - ସ୍ଵର୍ଣ୍ଣଲତା ପତି

0

ସିନ୍ଧୁ ମହୋଦଧି ନଦୀ ମହାନଦୀ 
ପର୍ବତ ମହେନ୍ଦ୍ରାଚଳ 
ବୃକ୍ଷ କଳ୍ପବଟ କାରୁକାର୍ଯ୍ୟ ସ୍ପଷ୍ଟ 
ଶ୍ମଶାନ ଯେ ସ୍ଵର୍ଗଦ୍ୱାର ॥

କଳା ଓ ସ୍ଥାପତ୍ୟ ସଂସ୍କାର ଜଡିତ
ଗିରି ବନ କନ୍ଦରରେ,
ଓଡ଼ିଆ ଉଦାର ସ୍ମୃତି ବିଜଡିତ
ଯା'ର ଭଗ୍ନ ମନ୍ଦିରରେ ॥

ମୋ ରାଇଜେ ବିଜେ ସ୍ୱୟଂ ଜଗନ୍ନାଥ
ସମନ୍ୱିତ ଜାତି ଧର୍ମ,
ଆକର୍ଷିତ ହେଲେ ଶଙ୍କର ନାନକ
ସାଲବେଗ ଶ୍ରୀ ଚୈତନ୍ୟ ॥

ଯୌବନେ କର୍ମ ବାର୍ଦ୍ଧକ୍ୟେ ବିଶ୍ରାମ
ଅନ୍ତିମ କାଳ ଆଶ୍ରୟ,
ଶୈଶବରେ ଲୀଳା ରଚିଛି ଯା'କୋଳେ
ମାତୃଭୂମି ମୋର ପ୍ରିୟ ॥                 

ଶିକ୍ଷା ସଭ୍ୟତାର ବିଶାଳତା ଭାବ 
ଉନ୍ନତ ଯାହାର ଭାଷା,
ଓଡ଼ିଆଙ୍କ ଗର୍ବ ଗୌରବର ଭୁମି 
ସେହି ମୋ ପ୍ରିୟ ଓଡିଶା ॥

ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପୁରୀ

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)