ଇଚ୍ଛା ହୁଏ - ଅଳକା ମହାପାତ୍ର

0

ଇଛାହୁଏ ହଜିବାକୁ 
ପ୍ରକୃତି କୋଳରେ
ପଖାଳି ଦିଅନ୍ତି କି ?
ମନଟାକୁ ବସି ଏକାନ୍ତରେ ।୧।
      
ସମ୍ପର୍କର ହାଟ ମଧ୍ୟେ
ବାଟବଣା, ନିଜକୁ ଖୋଜନ୍ତି
କ'ଣ ପାଇଁ  ? କାହା ପାଇଁ ?
ଜୀବନର ଦୌଡ଼...
ନିରେଖି ଦେଖନ୍ତି ।୨।

ଉତାରି ଦିଅନ୍ତି ଯେତେ
ବୋଝ, ଦୁଃଖ,  ଅବସାଦ
ଜୀଇଁ ଉଠନ୍ତା ପ୍ରାଣେ
ନୂତନ ଉତ୍ସାହ,  ଆବେଗ ।୩।

ସୁନ୍ଦର ସବୁଜିମାକୁ  
ହୃଦୟେ ଭରନ୍ତି
ସ୍ନିଗ୍ଧତା ଓ କୋମଳତା
ଭାବରେ ଆଣନ୍ତି ।୪।

ମଧୁର ମଳୟରୁ 
ଆଣନ୍ତି ଜୀଵନ
ବୃକ୍ଷଠାରୁ ସହିଷ୍ଣୁତା
ଝରଣାରୁ ସମର୍ପଣ ।୫।

ସମ୍ବଲପୁର, ଓଡିଶା

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)