
ତୁମ ହାତଲେଖା ଜଉମୁଦା ଚିଠି
ଏବେ ବି ପାଖରେ ଅଛି
ନିରବବେଳାରେ ତୁମ କଥା ଭାବି
ଏକା ଲୁଚେଇ ପଢୁଛି ॥୦॥
ମନେ ପଡିଯାଏ ବେଳାଭୂମି ରାତି
ଆକାଶ ପୁନେଇଁ ଜହ୍ନ
ମୋ କୋଳରେ ଶୋଇ ମୋର ମନ ନେଇ
ଦେଇଥିଲ ତୁମ ମନ
ହଜି ଯାଇଛି ସେ ସ୍ମୃତିଭରା ଦିନ
ଲହରୀ ନେଇଛି ପୋଛି
ତୁମ ହାତଲେଖା ଜଉମୁଦା ଚିଠି
ଏବେ ବି ପାଖରେ ଅଛି ॥୧॥
ଭାବିଲେ ସେକଥା ଲାଗେ ଭାରି ବ୍ୟଥା
ଚିତ୍ତ ହୁଏ କଲବଲ
କେମିତି ସତରେ ସମ୍ପର୍କ ତୁଟାଇ
ତମେ ଦୂରେ ଚାଲିଗଲ
ଅଫେରା ଫଗୁଣ ଫେରିବକି ସତେ
ଅପେକ୍ଷାରେ ମୁହିଁ ଅଛି
ତୁମ ହାତଲେଖା ଜଉମୁଦା ଚିଠି
ଏବେ ବି ପାଖରେ ଅଛି ॥୨॥
ଶାସ୍ତ୍ରୀ ନଗର, ପ୍ଳଟ ନଂ.୨୪୬(ପି)
ହାଲ-୧୫୬୮, ଭୁବନେଶ୍ଵର
ସମ୍ପର୍କ - ୯୯୩୭୧୩୮୩୯୯
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।