
ସ୍ୱାଧୀନକୁ କିଏ ଦେଖିଛ କି ଭାଇ,
ତା'ର ସେଇ ହସହସ ମୁହଁକୁ ଦେଖିବାକୁ
ମୁଁ ଅନେକ ଦିନ ହେଲା ଟାକି ବସିଛି,
ହେଲେ କାଇଁ ସେଇ ସ୍ୱାଧୀନ...
ତା'ର ତ ଦେଖା ଦର୍ଶନ ବି ନାହିଁ l
ସ୍ୱାଧୀନକୁ ଖୋଜିଲା ବେଳେ,
ମନେ ପଡ଼ିଯାଆନ୍ତି
ସେଇ ସ୍ୱାଧୀନଚେତା ମହାମନିଷୀମାନେ,
ତାଙ୍କରି ତ୍ୟାଗ ଓ ବଳିଦାନ,
ସତେ ଅଟେ ଚିର ସ୍ମରଣୀୟ l
ନିଜର ଜୀବନକୁ ବାଜି ଲଗେଇ,
ମା'ର ଇଜ୍ଜତ ପାଇଁ କରିଥିଲେ ଲଢେଇ
ସ୍ୱାଧୀନତା ପାଇଲା ପରେ,
ସେମାନେ ଇତିହାସ ଫର୍ଦ୍ଦରେ,
ବାଟବଣା ପଥିକ ମନେ ପକାଏ
ସେଇ ମହାନ ସଂଗ୍ରାମୀ ମାନଙ୍କୁ,
ଯେଉଁମାନେ ଦିନେ
ଖୋଜି ଆଣିଥିଲେ ସେଇ ସ୍ୱାଧୀନତାକୁ l
ସ୍ଵାଧୀନତା ଖେଳେ ଲୁଚକାଳି ଖେଳ
ହେଲେ ସାମୁହିକ ଚେତନାରେ ଅଛି ବଳ
ଯେଉଁଦିନ ପାଇବେ ସେମାନେ
ଆତ୍ମିକ ସମ୍ମାନ,
ସେଇଦିନ ହୁଏତ ଫେରି ପାଇବା,
ଆମରି ସ୍ୱାଧୀନ...
ତାକୁ ପାଇ ନାଚିବ ମାଁ ମାଟି
ଉପହାରେ ଦେବା ହସର ଭେଟି ।
ମାରୁତି ନଗର, ଗୋବିନ୍ଦତୋଳା, ସମ୍ବଲପୁର
ମୋ - ୯୧୭୮୨୬୦୨୪୮
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।