
ଏଇ ମୋ ଦେଶରେ କେତେ ନଦ ନଦୀ
କେତେ ପାହାଡ଼ର ନାଆଁ
ଏଇମିତି ଏକ ପାହାଡ଼ ଘେରରେ
ମୋ ପ୍ରିୟ ଛୋଟ ଗାଆଁ ।୦।
ଆକାଶ ଦେଖଇ ତାର ରୂପ ନିତି
ମୋ ଗାଁ ନଈ ଜଳେ
ପାହାଡି ଝରଣା ହୋଇ ଆନମନା
ଗୀତ ଗାଉଥାଏ ଦୁରେ
ନୀଳ ନିଳିମାରେ ବନ ସବୁଜିମା।
ରଚେ ପ୍ରକୃତିର ମାୟା ।୧।
ନଇଁ ଆସେ ଯେବେ ସଂଜୁଆ ଆକାଶ
ଜହ୍ନ ଖୋଜେ ନୀଳକଇଁ
ଆକାଶ ସାଥିରେ କଥା ହେବା ପାଇଁ
ଚାହିଁଥାଏ ଫଟା ଭୂଇଁ
ବାଜୁଥାଏ ଘଣ୍ଟ ଶଙ୍ଖ ମନ୍ଦିରରେ
କି ପୁଲକ ଲାଗେ ଆହା ।୨।
ବରଗଛଟିଏ ଓହଳ ମେଲେଇ
ନାଚୁଥାଏ ଝୁଲି ଝୁଲି
ଲତା ହସୁଥାଏ ଦାନ୍ତ ନେଫେଡେଇ
ଚିତ୍ତ ହରେ ପିକ ବୋଲି
ଦୂରେ ନଦୀ ଶୋଇ ମାରୁଥାଏ ହାଇ
ସବୁଜ କ୍ଷେତର ଶୋଭା ।୩।
ମଞ୍ଚେଶ୍ଵର, ଭୁବନେଶ୍ୱର
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।