
ତୁମେ ପରା ମୋର ଭାବର ଠାକୁର
ତୁମ ନାମେ ତରିବି ଭବ ସାଗର ।
ସପନରେ ନିତି ଆସୁଥିବ ତୁମେ,
ମଦନମୋହନ ନିତ୍ୟ ମୁଁ ଭରମେ ।
ମନ ଉପବନୁ ତୋଳି ଭକ୍ତି ପୁଷ୍ପ,
ସମର୍ପି ଚରଣେ ହୋଇବି ନିଷ୍ପାପ ।
ହୃଦୟ ପଟ୍ଟରେ ଆଙ୍କୁଥିବି ମୁହିଁ,
ରଙ୍ଗତୂଳୀ ଧରି ସେ ଛବି ଗୋସାଇଁ ।
ମନକୁ କରିଛି ନିତ୍ୟ ବୃନ୍ଦାବନ,
ବିରାଜିତ ଯହିଁ ଶ୍ରୀରାଧା ମୋହନ ।
ସେ ନାମ ନିରୋଳା ପ୍ରେମର ନିର୍ଝର,
ଭିଜୁଥିବି ଅହୋରାତ୍ର ଜରଜର ।
ପଦ୍ମ ପଳାଶ ନଯନ ଚାହାଣିରେ,
ଚାହିଁଲେ ହଜିବ ଅସ୍ମିତା ଅଧୀରେ ।
ଯେସନ ଭିଜଇ ଧରା ବରଷାରେ,
ଭିଜାଇ ଦିଅହେ କରୁଣା କଣାରେ ।
ମୂରଲୀ ମନୋହର ବେଶକୁ ଚାହିଁ,
ତରିବି ଜଗତେ ନାମ ଥିବ ରହି ।
ମୁଁ ଆଶାୟୀ ତୁମ୍ଭ ପାଦ ପଙ୍କଜକୁ,
ଆଶ୍ରୟ ଦିଅ ହେ ଶରଣାଗତକୁ ।
ଚିକିଟିପେଣ୍ଠ, ଗଞ୍ଜାମ