
ଆସ ପିଲେ ଆମେ ସ୍କୁଲ ଯିବା
ଲେଖି ପଢି ଦେଶ ନାଁ ରଖିବା ।
ଆମ ଗାଆଁ ସ୍କୁଲ ଅତି ସୁନ୍ଦର
ଶିକ୍ଷକ କରନ୍ତି ଭାରି ଆଦର ।
ସେଇଠି ରହିଛି ସବୁ ସୁବିଧା
ପଢ଼ା ଖିଆ ପିଆ ଖେଳର ମଜା ।
ଉତ୍ସବ ଦିବସ ମନକୁ କଳି
ମାଗଣା ପୋଷାକ ଭଳିକି ଭଳି ।
ପକ୍କା କୋଠା ଚିତ୍ର ମନକୁ କିଣେ
ସ୍କୁଲ ଘଣ୍ଟା ରଡି ଡାକିକି ଆଣେ ।
ସେଠୁ ଫୋନ ଆସେ ଦିନେ ନ ଗଲେ
ପୁରସ୍କାର ମିଳେ ତାରକା ମେଳେ ।
ଚିକିତ୍ସା ସୁବିଧା ଅଛି ସେଠାରେ
ଆମ ଭବିଷ୍ୟତ ଗଠନ କରେ ।
ଆମ ସ୍କୁଲ ଲାଗେ ଅତି ନିଜର
ବଡ଼ ହୋଇ ନାମ ରଖିବା ତା'ର ।
ଚିକିଟୀ ଗଡ଼, ଗଞ୍ଜାମ
ମୋ ନଂ - ୮୨୪୯୪୯୬୪୫୫