ପାଞ୍ଚଟି ଏକପଦୀ - ପ୍ରଥମ ଭାଗ - ରମେଶ ମଙ୍ଗରାଜ

0

ଅଜଣାରୁ ଜଣା ହୋଇଗଲା ପରେ
ଅରପି ଦେଲି ମୋ' ମନ
ଅନ୍ଧାର ରାତିରେ ମୋ' ପାଇଁ ତୁ ହେଲୁ 
ଅଜବ ପୁନେଇଁ ଜହ୍ନ ॥

ଅଧାଲେଖା ଗୀତ ଅଧାରେ ରହିଛି
ଅଧାରୁ ତୁ ଚାଲିଗଲୁ
ଅଲିଭା ଦୀପାଳୀ ତୋ' ପାଇଁ ପ୍ରିୟା ଗୋ
ଅନ୍ଧାରେ ରଖିଛି ଜାଳି ॥

ଅସରା ଲୁହକୁ ଆସରା କରିଛି
ଅସରନ୍ତି  ତୋର କଥା 
ଅଭାବି ମନରେ କାହିଁକି କହଲୋ
ଅଜାଡି ଦେଲୁ ତୁ ବ୍ୟଥା ॥ 

ଅସାର କରି ତୁ ଜୀବନଟା ମୋର 
ଅନ୍ତର ଛଡେଇ ନେଲୁ 
ଅତର ମହକେ କିଛି ସମ୍ମୋହନ 
ଅଜାଚିତେ ଦେଇଗଲୁ ॥ 

ଅଳସୀ ନଈର ଘାଟରେ ତୋ' ପାଇଁ
ଅଧିରେ ରହିଛି ଚାହିଁ 
ଅଳକାପୁରୀର ରାଜନନ୍ଦିନୀ ଗୋ 
ଅସରନ୍ତି ଇଚ୍ଛା ନେଇ ॥ 

କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦

Post a Comment

0Comments
Post a Comment (0)