
ଚକିତ ହୋଇଲା ଏ ସାରା ଜଗତ
ଚନ୍ଦ୍ର ଅଭିଯାନ ହେଲା ସଫଳ
ଭାରତ ରଚିଲା ନୂଆ ଇତିହାସ
ଚନ୍ଦ୍ରଯାନ ୩ ଜ୍ଞାନ କୌଶଳ ।
ଆମ ଜହ୍ନମାମୁ ନୁହେଁ ଆଉ ଦୂର
ଲାଗେ ସତେ ଆମ ନିକଟରେ
ସ୍ୱାଧୀନତାର ଏ ଅମୃତ କାଳରେ
ପହଞ୍ଚିଲେ ଚନ୍ଦ୍ର ପୃଷ୍ଠ ପରେ ।
ଉଡ଼ିଲା ତ୍ରିରଙ୍ଗା ଜହ୍ନ ରାଇଜରେ
ବିଶ୍ଵ ଗୁରୁ ନାମ ସାର୍ଥକ ହେଲା
ଓହ୍ଲାଇଲା ଯାନ ଦକ୍ଷିଣ ମେରୁରେ
ସର୍ବ ପ୍ରଥମ ଏ ବିଶ୍ଵ ଦେଖିଲା ।
ଇସ୍ରୋ ବୈଜ୍ଞାନିକ କର୍ମଚାରୀ ଧନ୍ୟ
ଯୋଗ୍ୟ ସନ୍ତାନ ଏ ଦେଶ ମାଟିର
ତନୁ ମନ ତୁମ କରି ସମର୍ପଣ
ନାମ ଉଚ୍ଚ କଲ ମା' ଭାରତ ର ।
ଅଗଷ୍ଟ ତେଇଶ ତେଇଶ ମସିହା
ସ୍ୱର୍ଣ୍ଣାକ୍ଷରେ ଲେଖା ଇତିହାସେ
ନବ ପରିଚୟ ବିଜ୍ଞାନ ଜଗତେ
ଜୟ ମା ଭାରତ ବିଶ୍ୱ ଘୋଷେ ।
ନବୀନ ଉତ୍ସାହେ ଆଗେଇ ଚାଲିବା
ରଖିବା ସୁନାମ ଦେଶ ମାଟିର
ବନ୍ଧୁତା ସୂତ୍ରରେ କରିବା ଆବଦ୍ଧ
ସାରା ବସୁଧା ଆମ ପରିବାର ।
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫