ଆବୋରି ସ୍ୱପ୍ନିଳ ଦେହ
ସେ ଦେହରେ ପଶି ବସା ବାନ୍ଧୁଥାଏ
ଛଦ୍ମବେଶୀ ଏଇ ମୋହ ।
ତା ଛୁଆଁରେ ସ୍ନେହ ମମତା ଓହ୍ଲାଇ
ବାନ୍ଧନ୍ତି ମଧୁ ସମ୍ପର୍କ
ସେ ବନ୍ଧନ ଦିବା ସପନ ଦେଖାଇ
ପଲ୍ଲୀକୁ ବନାଏ ଅର୍କ ।
ପିତା ମାତା ଭାଇ ଭଉଣୀ ସମ୍ପର୍କ
ବନ୍ଧୁ ବାନ୍ଧବ ଆତ୍ମୀୟ
ସଭିଙ୍କ ପାଇଁ ମୁଁ ବନ୍ଧା ଏ ଧରାରେ
ଶିଖାଏ ଚାତୁରୀ ମୋହ ।
ସେ ଯେତେ ଆସଇ ଲୋଭ ହାତ ଧରି
ମାୟାକୁ ବସାଇ କାନ୍ଧେ
ମଣିଷ ମାନେନା ରୀତି ନୀତି କିଛି
ଅନ୍ଧକାରେ ସବୁ ବାନ୍ଧେ ।
ଆତ୍ମୀୟଙ୍କ ଦୁଃଖ ଲୁହ ଯେବେ ଦେଖେ
ଛିଡେ ତା ଛାତି କଲିଜା
କାହାର ସଫଳ ଆଖି ଦେଖିଦେଲେ
ନାଚି ସେ ମାରଇ ମଜା ।
ଦାନ କରି ପ୍ରତିଦାନ ଖୋଜୁଥାଏ
ଯଦି ସେ ଆବୋରେ ଶୁନ୍ୟ
କୃତଜ୍ଞତା ଶବ୍ଦ ମନରୁ ଲିଭାଇ
କହେ ଏ କେଡେ କୃତଘ୍ନ ।
ଯଦି ସମାଜରେ ଦେଖେନାହିଁ କେବେ
ଧର୍ମ ଦୟା କ୍ଷମା ପ୍ରେମ
ଧିକ ଏ ଜୀବନ ଜିଭ ତା'ର କହେ
ଡାକି ଆହେ ନେ' ରେ ଯମ ।
ରୋଗରେ ପଡିଲେ ଦୁଃଖରେ ବୁଡିଲେ
ଭାବେ ଏ ଜୀବନ ତୁଚ୍ଛ
ଜାଣିବାରେ ମୋହ କେତେ କଷ୍ଟ ଦାୟୀ
ମଣେ ସ୍ଥଳ ଡିଆଁ ମାଛ ।
ଦୁର୍ଦ୍ଦିନ ବତାଏ ରେ ମୂର୍ଖ ପାଷାଣ୍ଡ
କରନା ମୋହକୁ ସ୍ନେହ
ହାରିଯିବୁ ଏଇ ମିଛ ସଂସାରରେ
ବୁହାଇ ଆଖିର ଲୁହ ।
ଭାବିବାନି ମୋହ ଛୋଟିଆ ଚିଜଟେ
ବିରାଟ ତା'ର କଳ୍ପନା
ହଠାତ ଗଢି ସେ କ୍ଷଣେ ଭାଙ୍ଗିଦିଏ
ଅରପେ କେତେ ଯାତନା ।
ଜମ୍ଭରା, କେଉଁଝର
ଦୂରଭାଷ - ୭୯୭୮୩୭୯୯୬୬