ଟିକି ଝରଣା - ଅମରନାଥ ବାରିକ୍

0

ଟିକି ଝରଣାରେ ଟିକି ଝରଣା
ଶବଦ ତୋହର କି ମନ ଜିଣା ।
ପରବ କନ୍ଦରୁ ତୋହର ଜାତ
କାନନ ରାଣୀର ତୁହି ପଣତ ।

ତୋ' ପାଇଁ ସୁନ୍ଦର ଏଇ ମରତ
ତୋ' ଶୀତଳ ଜଳ ମଧୁ ଅମୃତ ।
କାହିଁ କେତେ ଦୂର ତୁ ବୋହିଯାଉ
କେତେ ଜୀବଙ୍କର ତୃଷ୍ଣା ମେଣ୍ଟାଉ । 

ଏହି ସକାଶରେ ତୋ'ର ଜନମ
ତୋ ପାଖରେ ନାହିଁ ଜାତି ଧରମ ।
ସେ ଲାଗି ଝରଣା କୋଟି ସଲାମ 
ତେଣୁ ତୁ ପ୍ରାଣୀଙ୍କ ପରମ ପ୍ରେମ ।

ବୃକ୍ଷ ଲତା ରାଜି ତୋର ପରଶେ
ଦିଶନ୍ତି ସବୁଜ ସୁନ୍ଦର ବେଶେ ।
ନଦ ନଦୀ ନାଳ ଦେହରେ ଯାଇ
ମିଶୁ ସ୍ୱଚ୍ଛ ଜଳ ସମ୍ପଦ ବହି ।

ବିଧାତା ବିଶିଷ୍ଟ ଗୁଣଟି ଦେଇ
ଗଢିଛିରେ ତୋତେ ସଭିଙ୍କ ପାଇଁ ।
ଟିକି ଜୀବନେ ତୋ ବଡ଼ ପରାଣ
ସେଥିପାଇଁ ତୁହି କେଡେ ମହାନ ।

ଝରଣା ମାଳିନୀ ଭାରତ ମାଆ
ନଦନଦୀ ଯହିଁ ସୁନା ପାନିଆ ।
ଯାହା ନାହିଁ ଆମ ଭାରତ ଦେଶେ
ମିଳିବ କି କାହିଁ ଦୂର ବିଦେଶେ !

କୟାଁ, ମଙ୍ଗଳପୁର, ଯାଜପୁର
ଦୂରଭାଷ - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ