ଯଦି ଫେରିବୁ - ମନୋଜ କୁମାର କୁଣ୍ଡ

0

ଯଦି ଫେରିବୁ..
ମୋ ଠାରୁ ବ୍ୟାପିଥିବା 
ସେ ସଂକ୍ରାମକ ହସ ଖଣ୍ଡିକ
ନେଇ ଫେରିବୁ
ଯେଉଁ ହସରେ.. ତୁ ସଂକ୍ରମିତ ହେଇଥିଲୁ

ଯଦି ପାରିବୁ..
ତୋ କଲେଜ କ୍ୟାମ୍ପସରେ
ନିଲାମ୍ ହୋଇଥିବା ମୋ ମନଟିକୁ
ନେଇ ଫେରିବୁ
ଯେଉଁ ମନରେ ତୁ ବସା ବାନ୍ଧିଥିଲୁ....!

ଯଦି ଫେରିବୁ..
ସେ ଦରପୋଡ଼ା ସ୍ମୃତି ଗୁଡ଼ିକୁ
ସାଥିରେ ନେଇ ଆଣିବୁ..
ପ୍ରେମ ବ୍ୟାଜାପ୍ତ ହେଲାପରେ
ତୋ ପାଖରେ ଭାରି ଉତ୍କଟ ଗନ୍ଧ କରୁଥିବ
ମନେ କରି ଆଣିବୁ,
ଯଦି ଫେରିବୁ...!

ଯଦି ଫେରିବୁ..
ମୁଁ ପୂର୍ବବତ୍ ଅପେକ୍ଷାରେ ଥିବି
ଆମ ଭଗ୍ନସ୍ତୁପ ସାମ୍ରାର୍ଯ୍ୟର
ସେ ଯୋବ୍ରା ଆନିକଟ୍ ପାଖରେ..
ଯେଉଁଠି ପ୍ରାପ୍ତି ଆଉ ଅବଶୋଷର
ସଙ୍ଗମ ହୁଏ...
ସେ କଲ୍ଲୋଲିନୀ ବକ୍ଷରେ..

ଏସ. ନୂଆଗାଁ, ଖାରିଆଗୁଡା, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ