ଶିରି ହନୁମାନ ଚାଲିଶା - ଆର୍ତ୍ତତ୍ରାଣ ଖୁର୍ଡିଆ

0

ରାମ୍  ଗୁରୁ  ପାଦ୍ ପଦମକେ ଧିଆଇ
ହନୁମାନ୍ ଚାଲିଶାକେ ଗାଉଛେ ମୁଇଁ,
ଚାରହିଆଡେ ଫଲ  ଦିଆ ତୁମର ନାମେ ଯଶ
ରାମ ନାମେ ଭରିଛେ କେତନି କେତେ ରସ ॥୧॥

ଜ୍ଞାନ ଶୁନ ଚୁଛା ଆଏ ମୋର ଇ ଶରୀର
ଗୁହାରୀ କରୁଛେଁ ତୁମକେ ଆହେ ମହାବୀର,
ଦୁଖ ହରନ କରି ଗ୍ଯାନ ମତେ କର ଦାନ
ଇ   ସଂସାଁରେ  ବଡ୍  ମାହାପୁରୁ  ରାମ ॥୨॥

ହେ ପରଭୁ ହନୁମାନ ଗ୍ୟାନର ଗଂତାଘର
କପିର ଭିତରେ ତୁମେ ତ ସବୁବେଲେ ଉପର,
ନି  ସହ  ତିନହି  ପୁରର  ସବୁ  ଦୁଖ  ଯାତନା
ହେଥିର ଲାଗି କେତେ କେତେ ଉଡେ ତୁମର ନାଆଁ ॥୩॥

ଶିରିରାମ ଦୁତ ତୁମର ପାଦେ ଶରନ 
ଇ କଳିଯୁଗର୍ ଦୁଖ୍ ସବୁ କର ହରନ,
ସତୀ ଅଂଜନାର ତୁମେ ବଡ ସୁଂଦରା ପୁଅ
ଶିରିରାମ ସେବାର ଲାଗି ବଡା ଗହ ଗହ ॥୪॥

ତୁମର ପରାକରମ ଦେଖି ସବୁ ଲୁକେ ବାଇଆ
ବଜରଂଗ  ବାଲିର ନାମ ଗୁନ ଗାନ ଗାଇଯା,
ଉତପାତିଆ  ମାନକୁ  ତାରି  ଉଡାଶ ବାନା
ଭଲ ଲୁକକୁ ସବୁବେଲେ ଭରସା ତୁମେ ସିନା ॥୫॥

ଚିକ ଚିକ ସୁନା ଦିହେଁ ଦିଶ କେଡେ ସୁଂଦର
ବଲଶାଲି ପବନ ପୁତା ବଡା ପରଖର,
କୁଂଚ କୁଂଚିଆ ବାଲେ ତୁମର କୁଂଡଲ ଦିଶେ ଅଏନ 
ସୁଂଦର ଦିଶୁଥିସି ଜେନତା ଝଲମଲ ପାଏନ ॥୬॥

ଗୁଟେ ହାତେ ତୁମର ସୁଂଦର ଦିଶେ ଗଦା
ଆର ହାତେ ପରବତ ହେଇଥିସି ଲଦା ,
ହଲଦୀ ନିରିମଲ ପଏତା ଦିହେଁ ଲଂମିଛେ
ଭକତର ମନକେ ସତେ ତ ଟାନି ନେଉଛେ ॥୭॥

ଏଗାର ରୁଦ୍ରର ତୁମେ ହେଇଛ ଅବତାର
ମାରୁତି ନାମ ଧରି ପାଲୁଛ ଇ ସଁସାର,
ତେଜ ଆରୁ ପରଖରେ ତୁମେ  ତ ନିପୁନ
ସୁଖ ପାଏ ଯିଏ ଗାଏସି ତୁମର ଗୁନ ॥୮॥

ଦୁନିଆଁର ସବୁ ଜିନିଷ ତୁମକୁ ଅଟେ ଜନା
ରାମ ପରଭୁ ଭଜଲେ ତୁମ ପରସନ ସିନା,
ଗୁନ ବାଲା ଆଓ ତୁମେ କେତନି ଚତୁର
ରାମ କାମ  ଲାଗି ସବୁ ବେଲେ ଆତୁର ॥୯॥

ରାମ ଚରିତ ଶୁନବାକେ କେତେ ତୁମର ମନ,
ତୁମର ନାମ ଜପଲେ ବଢସି ଧନ ଜନ,
ରାମ,ଲଖନ ଆରୁ ସୀତା ତିନହି ମୁରତି
ରହିଅଛନ ସେନହେ ତୁମର ହୁରୁଦଥି ॥୧୦॥

ତପିସାର ବଲରେ ଧରି ଛୁଟିଆ ଦିହିଁକେ
ପଶିଗଲ ଆଏ ଯାଇ ଲଂକାପୁରକେ,
ଗ୍ଯାନ ଦାତା ତୁମେ ବିକଟ ରୂପ ଧରି
ଜାଲି ନାରଖାର କଲ ସୁନା ଲଂକା ପୁରୀ ॥୧୧॥

ରାମ କାମ ଲାଗି କେତେ ତୁମର ମନ
ତାକର ଲାଗି ଭୀମ ରୂପ କଲ ଧାରନ,
ମାରିଦେଲ ତୁମେ ଅସୁର ବଁଅଶ ସବୁ
ଉଡାଲ ବାନା ତ ରାମ ନାମ ମହାପରଭୁ ॥୧୨॥

ହିମାଲଏନୁ ଉଷୋ  ସନଜିବନୀ ଆନି
ଗଲାବେଲେ ଅଧା ବାଟରେ ମାରି କାଲନେମି,
ନୁଆଁ ଜୀବନ ଲଖନକେ ଦେଇଥିଲ ତୁମେ
ବଡା ବଲ ଅଛେ ସଥେ ରାମ ପରଭୁ ନାମେ ॥୧୩॥

ଗହକି ହେଇକରି ମାହାପୁରୁ ଇ କାମେ
ପରସଁଶି କହେଲେ ଧଏନ ହନୁ ତୁମେ,
ଧଏନ ଧଏନ ତୁମେ ପରଭୁ ହନୁମାନ
ସମାନ ହେଲ ଭରତ ସାଂଗେ ବଁଚାଇ ପରାନ ॥୧୪॥

ହେ ବୀର ହନୁମାନ ତୁମର ବଲୁଆ କାମ
ରାମ ନାମରେ ଅଛେ ସତେ ତିନହି ଧାମ,
ଇ କଲିଯୁଗେ ସଧା ପାଉଛ ସନମାନ
ତୁମର ହୁରଦେ ସୀତା,ରାମ ବିରାଜମାନ ॥୧୫॥

ଆହେ ବୀର ଦେଖି ତୁମର ଗୁନ କୀରତି
ନିଏକେ ସବୁବେଲେ ତୁମେ କରିଛ ପୀରତି,
ଦେବର୍ଶି ନାରଦ ଆରୁ ଦେବତା ମିଶିକରି
ଗୁନ ଗାଏସନ ତୁମର ସୁହୁରି,ସୁହୁରି ॥୧୬॥

ଧନପତି କୁବେର ଆରୁ ଧରମରାଜ ଯମ
ତୁମର ବିନା ଇ ସଭେ ହେସନ ଅଦମ,
ଭଜନ ଭାବେ ତୁମର ନାମ ଯିଏ ଗାଏସି
କବି ଲେଖକ କାଁଏ ତାର ସମାନ ହେସି ॥୧୭॥

ରାଜ ଗାଦି ହରାଇ କରି ବୁଲୁଥିଲେ ବନେ
ସୁଗ୍ରୀବକେ ରାମ ଠାନେ ଭେଟାଇଲ ଦିନେ,
ମଏତର ହେଇ ସୁଗ୍ରୀକେ ବନେ ସାହାଜ କଲେ
ବାଲି କେ ମାରି ସୁଗ୍ରୀକେ ରାଜଗାଦି ଦେଲେ ॥୧୮॥

ବିଭିଷନ ମଂତର ବାଗିର ତୁମର କଥା
ପାଲନ କରି ଲୁକେ ଗାଏସନ ଗାଥା,
ସୁନାର ଲଂକା ରାଜପଦ ତାହାକୁ ମିଲ୍ ଲା 
ଜଗତ ଥି ଇ କଥା ପରଚାର ହେଲା ॥୧୯॥

ଶହେ କୁଶର ଧୁରିଆଥି  ସୁରଜ ଥିଲା
ତାହାକେ ଭାବଲ ଫଲ ବାଗିର ପାଚଲା,
ପିଲାଦିନେ ତାହାକେ ଭୁଖେ ଖାଏବାର ଲାଗି
ସୁରଜ ନିକେ ଉଡି ଗଲ ଜଲଦି ବଜରଅଂଗି ॥୨୦॥

ହାତରେ ଧରି ମୁଦି ଆରୁ କହି ରାମ,ସୀତା
ଡେଗି ଦେଲ ସମୁଦର କେ ନାଇ ହେଇ ଅଥା,
ଇ କାମ କରବାର ଲୁକ ତ ସଁସାରେ ନାଇଁ
ଧଏନ ହେଲ ତୁମେ ହନୁମାନ ଗୁସାଇଁ ॥୨୧॥

ପୁରଥିର ଇ ଜେନ ବଡଖା ସଁସାରେ
କେତେ ବଡ ବଡିଆ ଜିନଷ ମାତରେ,
ତୁମର କୁରପା ହେଲେ ତ ବଡା ଜଲଦିରେ
ଦୁର ହେସି କଷନ ଆଁଏଖ ମିଟକାରେ ॥୨୨॥

ରାମ ମାହାପୁରୁ ର ତୁମେ ଆଓ ଦୁଆରପାଲ
ପଶିନାଇଁ ପାରେ ପାଶକେ କେଭେଭି କାଲ,
 ପହେଲାଥି ତୁମର ଠାନେ ପଶିଲେ ଶରନ
ରାମ ମାହାପୁରୁ ହେଇ ଯାଏସନ ପରସନ ॥୨୩॥

ତୁମର ଠାନେ ଜେନ ଲୁକ ଶରନ ନେସି
ଦୁଖ କଟି ତାହାକେ ସୁଖ ମିଲି ଯାଏସି,
ଯାହାକେ ମାହାବୀର ତୁମହେ ବଁଚାଶ
ତାହାକେ ଆରୁ କିଏ କରି ପରବା ନାସ ॥୨୪॥

ଯେତେବେଲେ ଜାନଲ ତୁମର ଭିତରିଆ ଶକତି
ଛାଡି ଦେଲ ସବୁ ଅଧରମ ଆରୁ ଅନୀତି,
ନିଜର ବଲକେ ତୁମେ ନିଜେ ଦେଇ ମନେଇ
ତିନହି ଭୁବନରେ ଇ କଥା ଦେଲ ଜନେଇ ॥୨୫॥

ହନୁବୀର ହନୁବୀର ନାମକେ ଜପଲେ
ସବୁ ଦୁଖ ଦୁର ହେସି ଇ ମାଏଟ ତଲେ,
ଭୁତ ପେତେନ କେହି ପାଶକେ ନାଇଁ ଆସନ
କେଶରୀ ପୁତା ନାମକେ ସଭେ ଡରୁଥିସନ ॥୨୬॥

ହନୁମାନ ନାମକେ ମନେ ଧିଆନେ ଧଏଲେ
ରୁଗ,ଦୁଖ କଟି ଯାଏସି ଇ ଜୀବନ କାଲେ,
ଦୁନିଆଁର ସବୁ ରୁଗ,ଦୁଖ କରି ଦହନ
ରାମ ପରଭୁ ସାଂଗେ ଯାଇ ମାଏଲ ରାବନ ॥୨୭॥

ସବୁ ବଡଖା କାମକେ ତୁମେ ଧରି ନେଇ
ରାମ ନାମକେ ଇ ପୁରଥି ଦେଲ ବଢେଇ,
ସବକିର କାମ ତୁମେ କର ସାଧନ
ପରଭୁ ମଇଧେ ବଡ ରାମ ରାଜନ ॥୨୮॥

ଭକତିରେ ଜନାଇଲେ ପାରଥନା
ମନେ ବିଚିର କରି କଲେ କାମନା,
ମନ ଭିତର କଥାକେ ତାର କର ପୁରନ
ଜଏ ହନୁମାନ ଜଏ ପବନର ନଂଦନ ॥୨୯॥

ଇ  ସଁସାରର  ସବୁ  ସାଁସାରିକ   କାମ
ରାମ ମାହାପୁରୁ ନାମେ ଅଛେ ସବୁ ଧାମ,
ତୁମର  ବଲରେ  ଇ  ଚାରହି ଯୁଗକେ
ଜନେଇ ଦିଅ  ଇ କଥା  ଇ ସଁସାରକେ ॥୩୦॥

ତୁଂଡରେ ଧରି କରି ପରଭୁ ରାମ ନାମ
ସମୁଦର ଡେଗି ତୁମେ ଗଲ ଅବିରାମ,
ଅସୁର ମାନକର ତୁମେ ଜୀବନ ଥିସ ମାରି
ରାମ ଆରୁ ସୀତାକର ଅଟ ବଡ ସେବକାରୀ ॥୩୧॥

ମାଆଁ ସୀତା ତୁମର ଠାନେ ସଦା ପରସନ
କୁରପା ବାରି କୁରପା କରୁଛ ସିନଚନ,
ମାରି ଅସୁର ଭକତ ମାନକୁ କରୁଛ ସିଧି
ନାମ ବୁହିଅଛ ତୁମେ କରୁନାର ନିଧି ॥୩୨॥

ସବୁବେଲେ ତୁମର ହୁରଦେ ଅଛନ ରାମ
ଜପଲେ ହନୁ  ମିଲେ  ଗୁରଦୁ ଆରାମ,
ଗହ ଗହ ମନରେ ମାହାପୁରୁ କାମ କରି
ସବୁ ଅସୁର ମାନକୁ ତୁମହେ ପକାଲ ମାରି ॥୩୩॥

ତୁମର ନାମ  ଜପଲେ ରାମ ତ ଉସତ
କୁରପା କରି  ସୁଖ ଦେସନ  ତ ମସତ,
ଦୁର ହେସି ଦୁଖ କାଁଏ ଜନମ, ଜନମର
ଭଜଲେ ହନୁମାନ ଆରୁ ସୀତା,ରଘୁବର ॥୩୪॥

ଯିଏ ଆଏ ପରଭୁ ତୁମର ଗେହ୍ଲା ଭକତ
ମଲାପରେ ବଏକୁଂଠେ ତାକେ ଠାନ ଦିଅତ,
ଇଠାନେ ଜନମ ହେଲେ ହରି ଭକତ ହେସନ
ଭଲ ମୁନୁଷ ମିତାନ ହେଇ ଦିନ ବିତାସନ ॥୩୫॥

ଦୁସରା ମାହାପୁରୁକେ ନାଇଁ ଦେଇ ମନ
ମନ  ଭିତରେ  ତୁମକୁ କରଲେ ଭଜନ,
ହନୁମାନ,ହନୁମାନ ନାମ ତୁଂଡରେ ଗାଇ 
ଯେତେ  ସବୁ ରୁଗ,ଦୁଖ  ଯାଏସି ପଲାଇ ॥୩୬॥

ପଢୁଥିଲେ ସବୁ ଦିନେ "ହନୁମାନ ଚାଲିସା"
କଟି ଯାଏସି କେତେ ଦୁଖ ଆରୁ କେତେ ଦଶା,
ଜଏ ହନୁମାନ ତୁମେ ମୁକତିର ଭଁଡାର
ଇ ଯୁଗେ ସଭେଁ ତୁମକୁ କରୁଛନ ଜୁହାର ॥୩୭॥

ଜଏ, ଜଏ, ଜଏ  ହନୁମାନ ଗୁସାଇଁ
ସଁସାର ଜନଜାଲୁ ପାର କର ହେ ସାଇଁ,
ସବକିର ରୁଗ,ଦୁଖ,କଷନ କର ଦୁର
ସଂସାର ଭିତରେ ତୁମେ ଆଓ ବଡ ସୁର ॥୩୮॥

ଯିଏ  ହନୁ ମହିଁମାକେ ମନରେ  ଗାଏସି
ସବୁ ଦୁଖ ଠାନୁ ସେ ଉଧୁରି ଯାଏସି
ଇତାର ଲାଗି ସାଖି ଅଛନ ଗଉରିପତି
ଦୁରଗତିରୁ  ସଁସାରକେ  କର ମୁକତି ॥୩୯॥

ସଂଥ କବି ତୁଲସୀ ଦାସ ଇଟା କହୁଛନ
ସବୁବେଲେ ହନୁମାନ ନାମ ନେଉଛନ,
ହୁରଦେ ସବୁବେଲେ କର ମୋର ବାସ
ଅଧରମ,ଅନିଏକେ ତ କର ନାଶ ॥୪୦॥
                  
                       ଦୋହା
"ପବନ ପୁତା ଦୁଖ  ଦହନ ମଂଗଲ ମୁରତି ରୂପ,
ରାମ,ଲଖନ,ସୀତାର ସାଂଗେ ଅନିଏ କର ବିଲୁପ"

ବଙ୍କିଆ, ବୀ.ମା.ପୁର, ସୋନପୁର
ଦୂରଭାଷ - ୯୪୩୯୧୪୦୮୧୪

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ