କିଏ ବୁଝେଏ ଆମର୍ କଥା - ଗୋପାଳ ଚନ୍ଦ୍ର ସାଓ

0

ମନେ ପଳେଏ
ମହୁଲ୍ ଡ଼ାହି କୁସୁମ୍ ଗଛ
ତୁରଣ୍ ଭାତ୍
ବାବେଏ କାଟା ରଚ୍ ରଚ୍
କାଠା କାଠା ମହୁଲ୍ ନେଠା
କୁକୁ ନନ ବେସର୍ ବାଟା
ଗଟା ଦେହେ କଚ୍ଳା ତେଲ
ଛୁଇଁ ଦେଲେ ଜପ୍ ଜପ୍...

କେବେ କେମତ୍
ଘରେ ହିଏଇ ଶୁକ୍ଲା ଭାତ୍ 
ଗାଧିକ୍ ଗେଲ
ନହୁ ଖାଏ କେଙ୍କ୍ଳା ଗାତ୍
ପାନ୍ଦାଳ୍ ଦି କୁଟା ବାଦୀ
ପଳି ଥାଏ ଇଦି ସିଦି
ପିଣ୍ଡା କରେଏ ଚରଉ ଚରଉ 
ଗାଁ କେ ଆସ୍ଲେ ଜନ୍‌ ରାତ୍...

କାମ୍ କହିଲେ
ବିଲ୍ ଝାଳେ ଚାଷ୍ ବାଳ୍
କାଦ ନଟପଟ
ଝାଳ୍ ଝୁଳେ ହଳ୍ ହାଳ୍
ବାଲି ଚୁଆ ମାଇଳା ଗଠ୍
ଗୀତ୍ ଗାଏ ଛିଣ୍ଡା ଖଟ୍
ଗୋର୍ ଛେଳ୍ ରାଖିକ୍ ଯାଉଁ
ବେଳ୍ ବାର୍କି ହେଲେ ସାକାଳ୍...

ଥିଲା ଯେତେ
ଚଉଦ ପୁରୁଷ୍ ଭିଟାମାଟି
ଗେଣ୍ଡେଏ ଭୁଲେଏ
ହିଁ ସରକାର ଦେଲା ଚାଟି
ଚାକ୍ରୀ ନାଇଁ ବାକ୍ରି ନାଇଁ
ଦେବ କହି ଦେଲା କାଇଁ
ମାଛ୍ ଧର୍ ଧର୍ ବେଙ୍ଗ୍ଟା ଧର୍
ବୁଡି ଜୀବନ୍ ହେଲା ମାଟି...

ଦେଖ୍ବେ ଆଏ
ବାବେଏ ବଟୁଁ ଦିନ ରାତ୍
କମତ୍ କରି
ଛୁଆ ପଢେଏ ଗାଦା ପାଠ୍
ତକେ ମିଛ୍ ମକେ ସତ୍
ପଢା କାଗଜ୍‌ ଖାଏ ଖତ୍ 
ଦେଖୁଁ ଦେଖୁଁ ବୟସ୍ ସରେଏ
ଗାଡକ୍ ଯାଏ ପାଠ୍ ସାଠ୍...

ସତେ ମତେ
ଆମେ ହେନୁ ପୁରାଣ୍ ନକ୍‌
ହଏ ତକେ 
ଚାଷ୍ ଥିଲେ କାହିଁର୍ ଭକ୍ 
ନେଲ ଚାଷ୍ ନେଲ ବାସ୍
ପେଟ୍ ଭର୍ତ୍ତି ଦେଲ ଆଶ୍
ଏଷ୍ଟି କର କହିଲେ ସିଦି
ମୁଣ୍ଡ ବାଥାଏ ଧକ୍ ଧକ୍...

ଓଡ଼ିଶାର କିଛି ଜିଲ୍ଲାରେ ଓ ଓଡ଼ିଶା ବାହାରେ ବସବାସ କରୁଥିବା "ପୁରାଣ" ସମ୍ପ୍ରଦାୟର ଲୋକ ବିଶେଷ କରି ମୟୂରଭଞ୍ଜରେ ଅଧିକ ସଂଖ୍ୟାରେ ଅଛନ୍ତି । ତାଙ୍କ କଥିତ ପୁରାଣ ଭାଷା ବହୁ ପୁରାତନ ଓ ସ୍ମୃତି ମଧୁର ତେବେ, ଏ ଭାଷାର ବ୍ୟବହାର  ଏବେ ଖୁବ୍ କମ କରାଯାଉଥିବା ବେଳେ ଏହା ଧିରେ ଧିରେ ବିଲୁପ୍ତ ପ୍ରାୟ... । ନୂତନ ପିଢ଼ି ଏ ଭାଷାରେ କଥା ହେବାକୁ ଲାଜ କରୁଛନ୍ତି । ତେଣୁ ଏ ଭଞ୍ଜମାଟିରୁ ଏହି ପ୍ରାଚୀନ ଭାଷା ଟି କବର ନେବାକୁ ବସିଲାଣି । ଯେହେତୁ ଉକ୍ତ ଅଞ୍ଚଳରେ ମୁଁ ଜନ୍ମ ନେଇ ଛୋଟରୁ ବଡ ହେଇଛି ଏବଂ ଏ ଭାଷା ଉପରେ ମୋର ଅଭିଜ୍ଞତା ଅଛି ତେଣୁ ଏହି ପୁରାଣ ଭାଷାରେ କବିତା ଲେଖିବାକୁ ଆଗ୍ରହ ପ୍ରକାଶ କରି ମଝିରେ ମଝିରେ ଲେଖିବା ଜାରି ରଖିଛି । ଏ ଭାଷା ଭାଷୀ ଲୋକଙ୍କୁ ମୋର ବିନମ୍ର ଅନୁରୋଧ, ମୋର ଏ ପ୍ରୟାସକୁ ଭୁଲ୍ ନବୁଝି ମୋତେ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସମୟ ସ୍ରୋତରେ ଭାସି ଯାଉଥିବା ଏ ପୁରାଣ ଭାଷାକୁ ଉଦ୍ଧାର କରିବା ହେବେ... ।

ଦେଉଳି, ମୟୂରଭଞ୍ଜ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ