ପାଞ୍ଚଟି ଏକପଦୀ - ଦ୍ଵିତୀୟ ଭାଗ - ରମେଶ ମଙ୍ଗରାଜ

0

ଅନାବାଦୀ ମନ ମୋର ଅନ୍ଧକାର ଛାତି
ଅଜଗର ଗଣ୍ଡି ମୋର ହୁଅଇ କରତି ।
ଅବଶିଷ୍ଟ ଆୟୁଷରେ ଏବେତ ବଞ୍ଚିଛି
ଅପହଞ୍ଚ ମନ ମୋର ତୋ' ପାଇଁ ଝୁରୁଛି ॥

ଅବଧୂତ ମନ ପଢେ ଗୀତା ଭାଗବତ
ଅବଚେତନ ମୋ ଚିତ୍ତ ରାଧାକୃଷ୍ନେ ରତ ।
ଅଜସ୍ର କାମନା ଏବେ ଏକାକାର ହୋଇ
ଅବନା ଅକ୍ଷର ଭଜେ ଅଣାକାର ପାଇଁ ॥

ଅୟସ କରିବା ପାଇଁ ବୟସ ବା କାହିଁ
ଅର୍ଦ୍ଦାଧ୍ୟ ମନଟା ମୋର ବୋଲ ମାନୁନାହିଁ । 
ଅବଶିଷ୍ଟ କେଇ ଘଣ୍ଟା ଏଇତ ଜୀବନ 
ଅଠାକାଠି କାଣ୍ଡିଆ ଏ ସଂସାର ବନ୍ଧନ ॥

ଅବାଟରେ ଘୁରି ବୁଲେ ଅବାଡୁଆ ମନ
ଅମୃତ ପାଇବା ପାଇଁ ହୁଏ ଛନ୍ନ ଛନ୍ନ ।
ଅନ୍ତରରେ ଅଭିଳାଷ ଅଙ୍ଗେ ଅଙ୍ଗେ ପୀଡା
ଅଜବ ଭାବନା ନେଇ କରଇ ଆଖଡା ॥

ଅଠର ବୟସୀ ମନ ଚୁଲୁ ବୁଲୁ ହୁଏ
ଅଷ୍ଟାଦଶ ପୁରାଣରେ ଚିତ୍ତ ତା' ନଥାଏ ।
ଅଷ୍ଟାଙ୍ଗ ଯୋଗ ସାଧନା କାହୁଁ ବା କରିବ
ଅଠରନଳାରେ ଦିନେ ନିଜେ ହଜିଯିବ ॥

କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦

Post a Comment

0Comments
Post a Comment (0)