ମଜା ହୋଇଗଲା ସଜା - ପ୍ରକାଶ କୁମାର ଚାନ୍ଦ

0

ସକାଳୁ ସକାଳୁ ପୋଖରୀପାଣିରେ 
ଯାଇଥିଲେ ହନୁଅଜା
ବିଲୁଆ କହିଲା ଟେକାଟିଏ ମାରି
ଦେଖିବା ଅଜାଙ୍କ ମଜା ।।
ବୁଦା ପଛପଟୁ ବିଲୁଆ ଗଧିଆ 
ଟେକାଟିଏ ଦେଲେ ଛାଡି
ଟେକା ବାଜିଲାରେ ଅଜାଙ୍କ ନୋଟାରେ
ପାଣି ଗଲା ସବୁ ଇଡି ।।
ଦୁହେଁ ଦଉଡିଲେ ବୁଦା ଭିତରକୁ
ଅଜାଠୁ ଲୁଚିବା ପାଇଁ
ଆଗେ ଥିଲା ଗୋଟେ ବଡଖାଲ ବୋଲି
ବିଲୁଆକୁ ଜଣାନାହିଁ ।।
ଖାଲେ ପଡିଗଲା ଗୋଡ ଭାଙ୍ଗିଗଲା
ବିକଳେ ଛାଡିଲା ରଡି
ରଡି ଶୁଣି ଅଜା ଆସିଲେ ଦଉଡି
ଛତା ନୋଟା ସବୁ ଛାଡି ।।
ଦେଖିଲେ ବିଲୁଆ ଖାଲରେ ପଡିଛି
ଗୋଡ ଯାଇଅଛି ଭାଙ୍ଗି
କହିଲେ ଟେକାଟେ କାହାକୁ ଫିଙ୍ଗିଲେ
ପଥର ଥୁଆ ତା' ଲାଗି ।।
କାନ ମୋଡିହୋଇ କହିଲା ଗଧିଆ 
କ୍ଷମା କରିଦିଅ ଅଜା
ମନେମନେ ଦୁହେଁ ବସି ଭାବୁଥିଲେ
ମଜା ହୋଇଗଲା ସଜା ।।

ଜୟପୁରଶାସନ, ପିପିଲି, ପୁରୀ
ଦୂରଭାଷ - ୭୦୦୮୯୨୫୯୫୪

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ