ତୁମେ ଆଉ ମୁଁ - ସ୍ଥିତିପ୍ରଜ୍ଞା ସ୍ଵାଇଁ

0

ଧରଣୀ ବୁକୁର ବାମନଟିଏ ମୁଁ
ତୁମେ ଦ୍ଵିତୀୟ ତିଥିର ଚାନ୍ଦ,
ପ୍ରାର୍ଥନାରେ କାଳେ ମାଗିଦେବି ବୋଲି
ତୁମେ କଳା ବାଦଲର ମାୟାଜାଲକୁ ଛନ୍ଦ ॥

ସୁନୀଳ ଚିଲିକା ହ୍ରଦର ମାଛ ମୁଁ
ଆକାଶ କଇଁଆ ତୁମେ,
ଭଲରେ ଜାଣିଛି ଆମ ଦୂରତାଟା କେତେ
ତଥାପି ! ତୁମରି ପ୍ରେମରେ ଭ୍ରମେ ॥

ମନେ ମନେ ମୁଁ ସାଜିଥାଏ କୃଷ୍ଣ
ଆଉ ତୁମକୁ ସଜାଏ ରାଧା,
ଷାଠିଏ ମହଣ ଘିଅ ସାଜିଥାଏ
ଆମରି ପ୍ରେମରେ ବାଧା ॥

ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ