ନିତ୍ୟ ବୃନ୍ଦାବନ ପୁରସ୍ତମ
ରାହାସ ତ ନିତି ହୁଏ ପ୍ରତି ରାତି
ଗୁପ୍ତ ଲୀଳା ଶିରିକ୍ଷେତ୍ର ଧାମ ॥୦॥
କାହ୍ନୁ ବଳରାମ କାଳିଆ ବଳିଆ
ମଧ୍ୟରେ ଭଗିନୀ ସୁଭଦ୍ରା ଧରି
ଭାଇ ଭଉଣୀର ଅପୂର୍ବ ସେନେହ
ସାରା ଜଗତରେ ପ୍ରଚାର କରି
ରଥେ ବିଜେ କରି ବରଷକେ ଥରେ
ନବ ଦିନ ଯାତ୍ରା ତୀର୍ଥ ଜନମ ॥୧॥
ମୋ ଜୀବନ ବଡ଼ଦାଣ୍ଡରେ ଗଡିବ
ଶରୀର ମୋ ତବ ନନ୍ଦିଘୋଷ
ଜୀବ ଯିବା ଯାଏ ବିରାଜିବ ପ୍ରଭୁ
ଭକତି ନୈବେଦ୍ୟେ ହେବ ତୋଷ
ନିର୍ଦ୍ଦେଶକ ହୋଇ ମୋ ଜୀବନ ରଥ
ଗଡ଼ାଇ ନିଅ ହେ ପୁରୁଷୋତ୍ତମ ॥୨॥
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।