ଫେରି ମୁଁ ଯାଉଛି ହେ ପ୍ରିୟ ପୃଥିବୀ - ସୁରଞ୍ଜନ ପାତ୍ର

0

ଫେରି ମୁଁ ଯାଉଛି ହେ ପ୍ରିୟ ପୃଥିବୀ
ତୁମଠୁଁ  ବିଦାୟ ନେଇ
ପାରିଲିନି ରଖି ଆୟୁଷକୁ ମୋର
ବୟସକୁ ଜିମା ଦେଇ ।।

ଜାଣେନା ତ' ଆଉ ଆସିବି କି ନାହିଁ
ତୁମରି ପୁଣ୍ୟ ଧାମେ
ପାରିବି କି ନାହିଁ ମୁକ୍ତିର ପଦ
ଯୋଡ଼ି ପୁଣି ନିଜ ନାମେ ।

କେତେ ଯେ ଦୂରତା ବଢ଼ିଯିବ କାଲି
କିଏ ସେ ପାରିବ କହି
ଫେରି ମୁଁ ଯାଉଛି ହେ ପ୍ରିୟ ପୃଥିବୀ
ତୁମଠୁଁ ବିଦାୟ ନେଇ ।।

ଝରଣାର ନାଚ ପବନର ଗୀତ
ତୁମ ସେ ସାଗର ଢେଉ
ଭାରି ଆଜି ମୋତେ ଆନମନା କରେ
ଶେଷପାଦ ଥୋଉ ଥୋଉ ॥

ଜିଇଁଲି ଯେତିକି କାଳ ତୁମ ସହ
ତୁଳନା ତ ତା'ର ନାହିଁ
ଫେରି ମୁଁ ଯାଉଛି ହେ ପ୍ରିୟ ପୃଥିବୀ
ତୁମଠୁଁ ବିଦାୟ ନେଇ ।।

ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର
ଦୂରଭାଷ - ୮୧୧୭୮୦୫୯୫୯

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ