ଜୟ ମା ଭାରତ ଭୂଇଁ - ଘନଶ୍ୟାମ ସାହୁ

0

କେନ୍ଦ୍ର ମହାକାଶ ଗବେଷଣାଗାର
ଗର୍ବିତ କରିଛି ଆଜି
ଚାନ୍ଦ୍ରାୟଣ ଯାନ ତୃତୀୟ ସଫଳ
ହେବ ଇତିହାସ ସୃଜି ।

ଧନ୍ୟବାଦ ସର୍ବ ବୈଜ୍ଞାନିକ କର୍ମୀ
ସହଯୋଗୀ ଅଛ ଯେତେ
ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ
କର୍ମ କଲ ସାଧ୍ୟମତେ ।

ଜୁଲାଇ ଚଉଦ ଚନ୍ଦ୍ରକୁ ପ୍ରେରଣ 
ଅଗଷ୍ଟ ତେଇଶି ଦିନ
ପହଞ୍ଚିବ ଯାନ ଦକ୍ଷିଣ ମେରୁରେ
ପ୍ରତୀକ୍ଷାରେ ଜନଗଣ ।

ତେଇଶି ମସିହା ଆଣୁ ସଫଳତା
ସଫଳ ହେବ ମିଶନ
ନବ ଇତିହାସ ରଚିବ ଭାରତ
କରି ନୂଆ କୀର୍ତ୍ତିମାନ ।

ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୂମିକା
ଦୁଃଖୀ ଦରିଦ୍ର ସହାୟ
ଆତଙ୍କବାଦୀଙ୍କ ହୋଇ ମହାକାଳ
ବିଶ୍ଵେ ଶାନ୍ତି ରଖି ଲୟ ।

ଆସିଛି ସୁଦିନ ନେବାକୁ ନେତୃତ୍ୱ
ମାନବ କଲ୍ୟାଣ ପାଇଁ
ବିଶ୍ଵ ଗୁରୁ ରୂପେ ପରିଚିତ ଆଜି
ଜୟ ମା ଭାରତ ଭୂଇଁ ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ