ତୁମେ ବାହୁଡ଼ିବ କେବେ,
ଆଶା ଦେଇ ପ୍ରିୟା ନିରାଶା କରିଲ
ମନ ଭାଙ୍ଗିଗଲା ତେବେ ॥
ମନ ସ୍ଥିର ନାହିଁ ତୁମ ପାଇଁ ସାଥୀ
ମାଧୂର୍ଯ୍ୟ ଯାମିନୀ ପ୍ରୀତି,
ସ୍ମୃତିର କୋହରେ ବଢାଏ ବେଦନା
ବୋଝେଇ ରହିଲା ଛାତି ॥
ଖୋଜି ବୁଲୁଅଛି ପାଗଳ ପରି ମୁଁ
ତୁମ ଦେଖା କେବେ ନାହିଁ,
ନୂଆ ସାଥୀଟିଏ ପାଇଗଲ ବୋଲି
ମୋ ସ୍ମୃତି ରହିଲା କାହିଁ ॥
ପାଦ କାଢି ଗଲ ମେଲାଣି ନେଇଣ
ବିଦାୟର ଚିହ୍ନ ନାହିଁ,
ବିଦାୟ ନେବାର ଯଦି ଥିଲା ପ୍ରିୟା
ମନ ଦେଇ ଥିଲ କାହିଁ ॥
ପାଗଳ କରିଲା ପ୍ରେମ ଯେ ତୁମରି
ଭାବ ଓ ବିଶ୍ୱାସ ଯେତେ ,
ଭାବନାକୁ ମୋର ବୁଝିଲନି ଥରେ
ମରମ ଭେଦିବ କେତେ ॥
ଚାଉଳଡ଼ିଆଁ, ଲାଠୋର, ବଲାଙ୍ଗୀର