ସରିନାହିଁ ଏ ଜୀବନ ପାପ,
ପୁନର୍ଜନ୍ମ ଭୋଗିବାର ଇଚ୍ଛା
କାହିଁକି କେଜାଣି !
ଅଛି ବାକି ପରିଶୋଧ କିଛି,
ଆଉ କିଛି ଆଶା ଅପ୍ରାପ୍ତିର,
ପୁଣି କିଛି ସଂଗୋପିତ ଇପ୍ସା...?
ତୋ' ଶରୀରେ ହୋଇଗଲେ ଲୀନ,
ସରିଯିବି ଅବସୋସ ନେଇ !
(ତେଣୁ) ପ୍ରତିଥର ଆର ଜନ୍ମ ଦ୍ଵାହି ।
ଦୋଷ ଦିଏ ନିତି ଅପ୍ରାପ୍ୟର,
ପ୍ରତିଶ୍ରୁତି କିଛି ଆସନ୍ତାର,
ଅପୂରଣ ହେଲେ ଏ ଜନମେ,
ଆତ୍ମା ଯଦି ହୁଏ ଛଟପଟ
କେମିତି ଲଭିବି ଅବା ମୋକ୍ଷ ?
ଜାଣି ଜାଣି ଯାଇନାହିଁ ସତେ,
ଦେଖିବାର ଭାଗ୍ୟ ନାହିଁ ତୋତେ !
କାହା ବାରି ଲଙ୍କାଗଛ ହୋଇ,
ଜନମିବା ଇଚ୍ଛା ଆଉ ନାହିଁ ।
ଋଣମୁକ୍ତ କରି ଦିଅନ୍ତୁ କି
ପୁନର୍ଜନ୍ମ ନ ମାଗନ୍ତି ତୋତେ ।
ଚିକିଟିପେଣ୍ଠ, ଗଞ୍ଜାମ