ମେଘର ଦରଜା ଖୋଲି
ଲାଜୁକୀ ବରଷା ମାଟି ଓଠ ଚୁମି
ହସୁଅଛି ଖିଲିଖିଲି ॥
ସବୁଜ ବସନେ ସଜେଇ ହେଲାଣି
ରୂପସୀ ଧରଣୀ ରାଣୀ
କିଶୋରୀ ତଟିନୀ ଖୁସିର ରାଗିଣୀ
ତଟେ ତା'ର ଭରିଲାଣି ॥
ଭସା ବଉଦକୁ ଆଡ଼େଇ ସୂରୁଯ
ଖେଳୁଅଛି ଲୁଚକାଳି
ମଉସୁମୀ ଆସି ଗାଇଲାଣି ଗୀତ
ମେଘର ଦରଜା ଖୋଲି ॥
ଭିଜିବାକୁ ଏଠି ଫୁଲ ସବୁ ମିଶି
ସଞ୍ଜେ ହେଲେଣି ଉଭା
ସଜ କେତକୀର ପ୍ରୀତି ଅନୁରାଗେ
ବାନ୍ଧିଲାଣି ଗାଁ ଗଭା ॥
ଦୂର ବାନାନୀରେ ନାଚୁଛି ମୟୂର
ସରାଗେ ପୁଚ୍ଛକୁ ମେଲି
ମଉସୁମୀ ଆସି ଗାଇଲାଣି ଗୀତ
ମେଘର ଦରଜା ଖୋଲି ॥
ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର
ଦୂରଭାଷ - ୮୧୧୭୮୦୫୯୫୯