ବର୍ଷାର ଚିତ୍ରଲିପି - ସୁରଞ୍ଜନ ପାତ୍ର

0

ଯେଉଁ ବରଷାକୁ ପାଇବାକୁ ଯାଇ
ଢାଳିଥିଲି ଏତେ ଲୁହ
ଦିନେ ହେଲେ ସିଏ ବୁଝି ପାରିଲାନି
ମୋ ଛାତି ତଳର କୋହ ।।

ଏଇ ସେ ବରଷା ଯାହା ପାଇଁ ଦିନେ
ସାଜିଥିଲି  ବଇଶାଖ 
ନିଜେ ଜଳିଜଳି ସାଇତି ଥିଲି ମୁଁ
ତା' ପାଇଁ ଯେ କେତେ ସୁଖ ॥

ପୋଡ଼ି ଗଲାବେଳେ ମୋ ମନ ବଗିଚା
ଭିଜାଏ ସେ ଆନ ଦେହ
ଦିନେ ହେଲେ ସିଏ ବୁଝି ପାରିଲନି
ମୋ ଛାତି ତଳର କୋହ ।।

ଜାଣିତ ନଥିଲି ପ୍ରୀତିର ଆଘାତେ
ଜହ୍ନ ହୋଇ ଯାଏ ଚୁନା
ପିତଳ ପାଲଟେ ଲୋକ ଅପବାଦେ
ଆଉଟା ତରଳ ସୁନା 

ପୂରି ଗଲାପରେ ଅଭିଳାଷ ଏଠି
କେହି ତ କାହାରି ନୁହଁ 
ଯେଉଁ ବରଷାକୁ ପାଇବାକୁ ଯାଇ
ଢାଳିଥିଲି ଏତେ ଲୁହ ।।

ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର
ଦୂରଭାଷ - ୮୧୧୭୮୦୫୯୫୯

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)