ଅଶେଷ କଳୁଷ କରିବ ମୋଚନ ନୀଳାଚଳ ବାସୀ
ସତେକି ପତିତ ଆରତୀ ଆରତ କରିବ ମୋଚନ
ସତେକି ଧରଣୀ ହୋଇବ ପବିତ୍ର କରି ଦରଶନ ।।
ସତେ ମହାବାହୁ ବାହୁତଳେ ପାଇ ନିଆଶି ଆଶ୍ରୟ
ଶାନ୍ତି ପ୍ରଗତିର ମାର୍ଗରେ ବିଶ୍ୱାସେ ଦେବକି ଅଭୟ
ସତେକି ତୁମର କରୁଣା ଭରଣା କରି ଯେତେ ସୁଖ
ସତେକି ଶାନ୍ତିର ମଳୟ ପରଶେ ହେବ ଉଲ୍ଲସିତ ।।
ସତେ ଚକାଆଖି ଦେଖିବ ନିରେଖି ଆହେ ବିଶ୍ଵପତି
ତୁମେ କରୁଣାର ସାଗର ବୋଲିତ ବିବୁଦ୍ଧେ କୁହନ୍ତି
ସତେକି ଆନନ୍ଦ ଭକ୍ତି ମକରନ୍ଦ ଜଳରେ ସ୍ନାହାନ
ସତେକି କରିବେ ସକଳ ଜନତା ତୁମ ଭକ୍ତ ଜନ ।।
ସତେ ଅବା ପୂଣ୍ୟ ବଳରେ କରୁଣା କରିବ ପ୍ରଫୁଲ୍ଲ
ମାଗୁଅଛି ତବ ହାତଗଢା ବିଶ୍ଵ ହେଉହେ ସ୍ଵତ୍ସଳ ।।
ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩