କାମନା ମୋ ପ୍ରଶମିତ,
ତୁମେ ନିଦାରୁଣ କାହିକି ଏପରି
ବସୁଧା ମେଲେ ପଣତ ।।୧।।
ତୁମ ପରଶକୁ ପାଇବା ପାଇଁକି
ପ୍ରାଣ ତା'ର ଆକୁଳିତ,
ବୁଝନା ବେଦନା ତୁମେ କେବେ ହେଲେ
ନିଜ ଇଚ୍ଛା ମତେ ଆସ ।।୨।।।
ଏଇକି ତୁମର ଭଲ ପାଇବାର
ପରିଭାଷାଟିଏ ସତ ?
ନହେଲେ କାହିଁକି ବିଳମ୍ବ ଘଟାଇ
ହଲି ହଲି ତୁମେ ଆସ ।।୩।।
ମାଆ ବସୁଧାର ତ୍ୟାଗ ତୁମେ କଣ
ଦେଖିନ କେବେବି କୁହ ?
ନିଜ ପାଇଁ ନୁହେଁ ଆନ ଲାଗି ମାଗେ
ବରଷା ବିନ୍ଦୁକୁ ଆଗ ।।୪।।
ଉପୁଜାଇ ଗର୍ଭେ ଫସଲ ବାଣ୍ଟିବ
ଦେବ ସେ ଆହାର ସର୍ବେ,
ତୁମେ କିନ୍ତୁ ସଦା ଗର୍ବେ ଉତ୍ଫୁଲ୍ଲିତ
ବୁଝନା ବେଦନା କେବେ ।।୫।।
ସହଳ ଆସିଲେ କିବା ଦୁଃଖ ତୁମ
ଜାଣି ଜାଣି ଡେରି କର,
ନିଜର ମହିମା ବଢ଼ାଇବା ପାଇଁ
ସବୁବେଳେ ତତପର ।।୬।।
ମୌସୁମୀ ତୁମେ ନିଜକୁ ସଜାଡ
ପର ହିତେ ଦିଅ ମନ,
ମାନ ମାରି ତୁମେ ଦୂରେଇ ରୁହନା
ବର୍ଷା ବିନ୍ଦୁ କର ଦାନ ।।୭।।
ବାଲେଶ୍ଵର, ଓଡିଶା