ହେ ଗୁରୁ - ସନ୍ତୋଷ ପଟ୍ଟନାୟକ

0

ହେ' ଗୁରୁ ତୁମ୍ଭେ ଆଲୋକ ବର୍ତ୍ତିକା
ଅଜ୍ଞାନ ପଥରେ ଆଦର୍ଶ ସଂହିତା
ତୁମେ ପରଂବ୍ରହ୍ମ ଅବ୍ୟକ୍ତ ଅସୀମ
ତୁମେ ଅଗତିର ଗତି
ତୁମରି କରୁଣା ମଥାପରେ ମୋର
ବଢାଉ ମୋ'ଯଶକୀର୍ତ୍ତି
ସ୍ଥିର ରହୁ ମୋର ମତ୍ତି
ସଂସାର ହାଟର ଅନ୍ଧାର ହଟାଅ
ଢାଳିକି ଜ୍ଞାନର ଜ୍ୟୋତି...
ହେ' ଗୁରୁ ତୁମ୍ଭେ ଆଲୋକ ବର୍ତ୍ତିକା
ଜୀବନ ଦୀପରେ ଅଖଣ୍ଡ ସଳିତା
ତୁମ୍ଭେ ଦ୍ରୋଣାଚାର୍ଯ୍ୟ ତୁମ୍ଭେ ବିଶ୍ଵାମିତ୍ର
ତୁମ୍ଭେ ମୋର ବ୍ୟାସଦେବ
ଅଧମର ଅଳି ଘେନ ମୋ'ପ୍ରଣତୀ
ହେ'ମୋ ପଜ୍ୟ ଗୁରୁଦେବ
ଘେନ ଅର୍ଘ୍ୟ ଭକତିର
ଢାଳିଦିଅ ବାରେ ଅଧମର ଶୀରେ
ଆଶିଷ ବରଷା ନୀର....
ହେ' ଗୁରୁ ତୁମ୍ଭେ ଆଲୋକ ବର୍ତ୍ତିକା
ସୁଖ ସ୍ଵାଭିମାନେ ପୂଣ୍ୟର ବାଟିକା
ତୁମ୍ଭେ ଶିଖାଇଛ କରମ ଧରମ
ସ୍ବାବଲମ୍ବି ସ୍ଵାଭିମାନ
ତୁମରି ଆଦର୍ଶେ ଗଢ଼ା ଏ'ଜୀବନ
ତୁମେ ମହା ଜ୍ଞାନଦ୍ରୁମ
ସମର୍ପିଲି ତନୁ ମନ
ଆଶିଷର ହାତ ଥାଉ ସବୁଦିନ
ଫୁଲ ଫଳ ଛାୟା ସମ....

ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)