ଏମିତିକା ଦିଅଁ - ଘନଶ୍ୟାମ ସାହୁ

0

ଏମିତିକା ଦିଅଁ ଦୁନିଆଁ ରେ ନାହିଁ
ନିଜ ମୂରତି ଯେ ଗଢିଛି 
ନାହିଁ ହାତ ଗୋଡ଼ କଳା ବଦନ ତା
ବଡ଼ ଚକା ନେତ୍ରେ ଚାହିଁଛି
ବଙ୍କା ଅଧରରେ ହସୁଛି ॥୦॥
ଥରେ ଯେ ଦେଖିଛି ତା ଚକା ନୟନ
ଆଉ କି ମୁରୁଛି ପାରୁଛି ?
ବଡ଼ ଯାଦୁକର କାଳିଆ ସୁନା ମୋ
ସତେ କି କିମିଆଁ କରୁଛି
ଦେଖିଲା ଲୋକ ତା ପ୍ରେମେ ବାଇ ହୋଇ
ଘର ପରିବାର ଭୁଲିଛି ॥୧॥
ବଡ଼ ଦିଅଁ ମୋର ବଡ଼ ଦେଉଳରେ
ବଡ଼ ବାନା ତା'ର ଉଡୁଛି
ତାର ବଡ଼ ଦାଣ୍ଡେ ବଡ଼ ରଥ ଚଢ଼ି
ବଡ଼ ଯାତ କରି ଯାଉଛି
ନବ ଦିନ ରହି ଜନମ ବେଦୀରେ
ଶିରି ମନ୍ଦିର ସେ ଫେରୁଛି ॥୨॥
ନିତ୍ୟ ବୃନ୍ଦାବନ ଶିରି କ୍ଷେତ୍ର ରାଜା
ନିତି ଲୀଳା କେତେ କରୁଛି
ତା ମହାପ୍ରସାଦ ପାଇ ତୃପ୍ତ ପ୍ରାଣ
ନିଜକୁ ଧନ୍ୟ ମୁଁ ମଣୁଛି
ତାର କୃପା ବଳେ ଏ ଭବ ସାଗର
ପାରି ହେବି ଆଶା ରଖିଛି ॥୩॥

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ