ବିରହ ୠତୁ - ସିଦ୍ଧେଶ୍ଵର ତ୍ରିପାଠୀ

0

ବସନ୍ତରେ ଥିଲା ଫଗୁଣର ରଙ୍ଗ
ଚୋରା ଚଇତିର ମୋହ
ବଇଶାଖ ତାତି ଜ୍ୟେଷ୍ଠର ଭିତି
ଗ୍ରୀଷମର କିଛି କୋହ ।

ଝରିଲା ବରଷା ଆଷାଢ଼ ଶ୍ରାବଣ
ଏଇ ଦୁଇ ଆକ୍ଷି ଦେଇ
ଭୋଦୁଅର ଭାବ ଅଶୀଣର ଆଶା
ଶରତରେ ଗଲା ଧୋଇ ।

ହେମନ୍ତ କୁହୁଡି ଧର୍ମ ମାର୍ଗଶୀର
ସବୁ ହେଲା ଫିକା ଫିକା
ପୁଷ ମାଘ ସବୁ ସୁଖ କାଢି ନେଲା
ବଞ୍ଚି ପାରୁନି ମୁଁ ଏକା ।

ରତି ରାତି ରସ ସପନ ସାଜିଲା
ରହିଗଲ ତୁମେ ଦୁରେ
ଋତୁ ପରେ ଋତୁ ବଦଳି ଗଲେବି
ତୁମକୁ ଏମନ ଝୁରେ ।

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)