ଚକାଡୋଳା କରି ମେଲା
ବସିଛୁ କାଳିଆ ସବୁ ତୋ ଖୋଲା
କାଳିଆ ରେ
କ୍ଷେତ୍ରରେ ଚାଲିଛି ପାଲା କାଳିଆ ରେ
ନାଗାର୍ଜୁନ ବେଶ ଗଲା
ଦଳାଚକଟାରେ ଜୀବନ ଗଲା
କାଳିଆ ରେ
ଏଥି ପାଇଁ ତଦନ୍ତ ହୋଇଲା କାଳିଆ ରେ ॥୧॥
ଏଥିରେ ଦୋଷୀ କେ ହେଲା
ଜାଣିବାକୁ ଦେଶ ଚାହିଁ ରହିଲା
କାଳିଆ ରେ
ସେ ତଦନ୍ତ ଫାଇଲ୍ ହଜିଲା କାଳିଆ ରେ ॥୨॥
ନବକଳେବର ବେଳା
ବ୍ରହ୍ମ ସଂସ୍ଥାପନ ପ୍ରକଟ ହେଲା
କାଳିଆ ରେ
ମିଡ଼ିଆ ରେ ସେ ଘୁରି ବୁଲିଲା କାଳିଆ ରେ ॥୩॥
ଦୋଷୀ କିଏ ଖୋଜା ହେଲା
ଜନତା ଉତ୍ସୁକ ହୋଇ ରହିଲା
କାଳିଆ ରେ
ଧୀରେ ସେସବୁ ଲୁଚି ରହିଲା କାଳିଆ ରେ ॥୪॥
ରତ୍ନ ଭଣ୍ଡାର ଖୋଲିଲା
ସମ୍ପତ୍ତିର ଆକଳନ ନୋହିଲା
କାଳିଆ ରେ
ରତ୍ନ ଭଣ୍ଡାର ଚାବି ହଜିଲା କାଳିଆ ରେ ॥୫॥
ପୁଣି ଫାଇଲ ହଜିଲା
ପ୍ରଶାସନିକ ଆଇନ ବି ଢିଲା
କାଳିଆ ରେ
ଏଠି ହଜିବା ରୋଗ ବଢ଼ିଲା କାଳିଆ ରେ ॥୬॥
ମିଛେ ମାମଲା ହୋଇଲା
କେତେ କେତେ କମିଶନ ବସିଲା
କାଳିଆ ରେ
ହାତୀ ବାୟୁ ଛାଡିବା ହୋଇଲା କାଳିଆ ରେ ॥୭॥
ନିଜେ ହଜିବା ରହିଲା
କହିବେ ଲୋକ କି ଦିଅଁ ହଜିଲା
କାଳିଆ ରେ
ଏହା ଦେଖିବା ବାକି ରହିଲା କାଳିଆ ରେ ॥୭॥
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫