ଅର୍ଦ୍ଧାଙ୍ଗିନୀ - ମନୋଜ କୁମାର କୁଣ୍ଡ

0

ତୁମେ ଅସରନ୍ତି ପ୍ରେମର ଭଣ୍ଡାର
କେବେ ନିରାଶ ଅନ୍ଧାରେ ଜ୍ୟୋତିର ସାଗର
ତୁମେ ପତି ତୁମେ ହିଁ ପରମେଶ୍ୱର
ତୁମ ବିନୁ ମୋର ନିସ୍ଵ ଏ ଶରୀର

ତୁମେ ହିଁ ମୋର ସକଳ ଶକ୍ତିର ଆଧାର
ତୁମ ପାଇଁ ଆଜି ବଜ୍ର ଏ ଶଙ୍ଖା ଓ ସିନ୍ଦୁର
ତୁମେ ଥିଲେ ମୋର ଭୟ ନାହିଁ
ରୋଗ, ବୈରାଗ୍ୟ କି ମୃତ୍ୟୁର 

ତୁମଠାରେ ମୋର ଶେଷ ପୂର୍ଣ୍ଣତା
ତୁମ ସୁହାଗରେ ଆଜି ପୂର୍ଣ୍ଣାଙ୍ଗିନୀ
ସାତ କଳସକୁ ସାକ୍ଷୀ ରଖି..
ସମାଜ ଆଗରେ ମୁଁ ତୁମ ଅର୍ଦ୍ଧାଙ୍ଗିନୀ

କେବେ ନଆସୁ ମୋ ଜୀବନେ
ଶୁଷ୍କ ପତ୍ରଝଡାର ଆସର 
ଏମିତି ପୂରି ଉଠୁ ମୋ ଜୀବନେ 
ପ୍ରୀତି ଆଉ ଫଗୁଣର ହିଁ ସମ୍ଭାର..

ତୁମେ ହିଁ ଦେବତା ମୋ ମନ ମନ୍ଦିରର
ମୁଁ ତୁମ ପ୍ରେମ ପୂଜାରିଣୀ ହୃଦୟର 
ସ୍ନେହାଶିଷ ସଦା ରଖିଥାଅ ପ୍ରିୟ 
ତୁମ ପାଦ ତଳେ କୋଟି କୋଟି ନମସ୍କାର..

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)