ବୁଝିଲନି ତୁମେ ଠାକୁର - ତାରାପ୍ରସାଦ ଜେନା

0

ଲୁହ ହୋଇ ମୋର ଦୁଃଖ ବୋହୁଥାଏ
ବୁଝିଲନି ତୁମେ ଠାକୁର
ମୋର ହୋଇ ମୋର ସୁଖ ଚାହିଁଥାଏ
ଖୋଜିଲନି ତୁମେ ଠାକୁର ॥୦॥

ବାଧା ହୋଇ ମୋର ମନ ଝୁରୁଥାଏ
ଆସିଲନି ତୁମେ ଠାକୁର
ରାଧା ହୋଇ ମୋର ମାନ ମାରୁଥାଏ
ମାନିଲନି ତୁମେ ଠାକୁର ॥୧॥

ଫୁଲ ହୋଇ ମୋର ମୂଲ କରୁଥାଏ
ଜାଣିଲନି ତୁମେ ଠାକୁର
ଭଲ ହୋଇ ମୋର ଗେଲ ଧରୁଥାଏ
ଶୁଣିଲନି ତୁମେ ଠାକୁର ॥୨॥

ବଳ ହୋଇ ମୋର ଫଳ ମାଗୁଥାଏ
ମିଳିଲନି ତୁମେ ଠାକୁର
କାଳ ହୋଇ ମୋର ଚାଳ ଭାଙ୍ଗୁଥାଏ
ଚଳିଲନି ତୁମେ ଠାକୁର ॥୩॥

'ତାରା' ହୋଇ ପର ଭାବ ସରୁଥାଏ
ଭଳିଲନି ତୁମେ ଠାକୁର
ଜନ୍ମ ଜନ୍ମାନ୍ତର ଲାଭ ଘାରୁଥାଏ
କଳିଲନି ତୁମେ ଠାକୁର ॥୪॥

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ