ସଙ୍ଗେ ସଙ୍ଗେ ଚାଲିବାର ରାସ୍ତା
ଆଉ ବାକି ନାହିଁ
ଏଣିକି ତମ ମୋ ରାସ୍ତା ସବୁ
ଅଲଗା ଅଲଗା
ହସ, କାନ୍ଦ, ଲୁଣିଆ ଜୀବନ ସବୁ
ଏମିତିକି ଭିନ୍ନ ଋତୁ, ଭିନ୍ନ ଆକାଶ ରଙ୍ଗରେ
ଏବେ ବଞ୍ଚିବାକୁ ହେବ...
ତମ ସାଥେ ଏଇ ଦେଖା
ଅନ୍ତିମ ବୋଲି ବୁଝିବା ପୂର୍ବରୁ
ସରିଯାଏ ଆମ ସମୟ
ଅତୀତ ହେଇଯାଏ
ଏଇ ଏବେ ଜୀଇଁଥିବା ବୟସ ଆମର...
ଶେଷ ସମୟର ଏ ବାସ୍ତବତା
ଗଭୀରତା, ଅସ୍ଥିରତା
କୋହ ଆଉ ଲୁହର ମିଶ୍ରଣ
ସବୁ ଲୁଚିଯାଇଥାଏ
ଯେମିତି କିଛି ହେଇନି ବୋଲି
ଗୌଣ କିଛି ବ୍ୟସ୍ତତା ଦ୍ଵାହିରେ
ସବୁ ହଜିଯାଇଥାଏ...
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।