ଜଗା ଆସୁଛି - ଘନଶ୍ୟାମ ସାହୁ

0

ଜଗା ଆସୁଛି ରେ ଜଗା ଆସୁଛି ରେ
ରତନ ବେଦୀକୁ ତା'ର
ସାଥୀରେ ଭଗିନୀ ହଳଦୀ ମୁହିଁ ରେ 
ବଳିଆ ବଡ଼ ଠାକୁର ॥୦॥
ସଜ ହୋଇଲାଣି  ନନ୍ଦିଘୋଷ ରଥ
ମନେପଡେ ଲକ୍ଷ୍ମୀ ମାଆଙ୍କୁ
ହେରାପଞ୍ଚମୀରେ ଦରଶନ ଦେଇ
କହିଛି ତା' ମନ କଥାକୁ 
ଛପନ ପଉଟି ରାନ୍ଧଣା ପାଇଁକି
ସଜ ହେଲା  ରୋଷଘର ॥୧॥
"ମଣିମା ଶୁଣିମା", "ଜୟ ଜଗନ୍ନାଥ"
ଉର୍ଦ୍ଧ୍ଵବାହୁ ହୋଇ ଭକତ
ଭଜନ କୀର୍ତ୍ତନ ସଙ୍ଗେ ହରିବୋଲ 
ଶବଦେ କମ୍ପୁଛି ଜଗତ 
ଝୁଲି ଝୁଲି ଆସେ ଭକତ ଗହଣେ
ଫେରିବାକୁ ତରତର ॥୨॥
ଶରଧାବାଲିରେ ଗଡ଼େ ତିନି ରଥ
ଜନତା ସମୁଦ୍ର ଉଚ୍ଛୁଳେ
ଅଭିମାନିନୀ ସେ ମାଆ ମହାଲକ୍ଷ୍ମୀ
ମାନ ଭାଙ୍ଗି ଯିବ ଦେଉଳେ
ଭବ-ସାଗରରୁ ପାରିକରି ନେବ
ଭରସାଟି ଥିବ ଯାହାର ॥୩॥

ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୭୬୬୪୫୩୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ