
ଗୋଟେ ପଟ ଆଲୋକିତ ଆନ ଅନ୍ଧକାର ।
ସ୍ନେହ ଶ୍ରଦ୍ଧା ପ୍ରେମ ବଶ ଏ ସାରା ସଂସାର
ଜ୍ଵାଳା, ଯାତନା ଅକଥନୀୟ ଅତ୍ୟାଚାର ।
ବନ୍ଧୁ ସିଏ ସଖା ସିଏ ସୋଦର ହିଁ ସିଏ
ପ୍ରତି ମୁହୂର୍ତ୍ତରେ ପାଖରେ ତୋହର ଥାଏ ।
ବନ୍ଧୁତାର ପରିଭାଷା ବୁଝିଥାଏ ଯିଏ
ଦୃଢ ବନ୍ଧନ ରଜ୍ଜୁରେ ବାନ୍ଧିପାରେ ସିଏ ।
ପୂର୍ଣ୍ଣିମାର ଚାନ୍ଦ ପରି ଅନ୍ଧକାରେ ଜ୍ୟୋତ୍ସ୍ନା
ସୂର୍ଯ୍ୟ ସମ ସୁଖ ଦୁଃଖେ ସମଭାବପନ୍ନା ।
ଦୁଃଖ ସହଚର ସିଏ ଦିଅଇ ଶାନ୍ତ୍ଵନା
ସୁଖ ସମୃଦ୍ଧି ସମୟେ ଭରେ ଉନ୍ମାଦନା ।
ସାହାଯ୍ୟ ଓ ସହଯୋଗ ପ୍ରସାରଣ ହାତ
ସଦ୍ଭାବର ମନ୍ତ୍ର ପାଠ କରୁଥାଏ ନିତ୍ୟ ।
ପଙ୍କଜିନୀ ଉପାଧ୍ୟାୟ, ଯାଜପୁର