ଚାଷୀକେ ନାଇଁ କର ଧିକ୍କାର - ଆର୍ତ୍ତତ୍ରାଣ ଖୁର୍ଡିଆ

0

ବୁତରୁଛେ ଧାନ ନାଇଁନ ନଜର
ମରୁଚନ ଚାଷୀ ପିଇ ଜହର
ଚୁପ ହେଇ ଦେଖୁଛେ ସରକାର
ହେ ଗିଆନି, ସିଆନି ମୋର
ଚାଷୀ ନାଇଁ କମାଲେ ସୁନ୍ଦର ପୁରଥୀ
ଛନେକେ ହେବା ଅନ୍ଧାର
ଚାଷୀର ଜୀବନ ନୁହେଁ ସେଁରରା ଜୀବନ
ତାହେକେ ନାଇଁ କର ଧିକ୍କାର ॥୦॥

ମରଡି, ବନ୍ୟା, ବାତ୍ୟା ଅବେଲେ ହେଉଛେ
ଚାଷୀ ହେସି ଅଚାବୁହା
ଭୁଟ ସମିଁଆ ହେଲେ ଚାଷୀକେ ଜାନସନ
କେତେ ବବା, ବଡୁ, ବୁଆ
ଚାଷୀ ନାଇଁ କମାଲେ ସୁନ୍ଦର ପୁରଥୀ
ଛନେକେ ହେବା ଅନ୍ଧାର
ଚାଷୀର ଜୀବନ... ନାଇଁ କର ଧିକ୍କାର ॥୧॥

ସରକାର ମିଲର୍ସ ଭିତିରିଆ ସେଟ
ଚାଲୁଛେ କଲା ବଜାର
କେତେ ଚାଲୁଥିସି କଟନି ଛଟନି
ସେ କଥା ବୁଝି ନାଇଁ ପାର
ଚାଷୀ ନାଇଁ କମାଲେ ସୁନ୍ଦର ପୁରଥୀ
ଛନେକେ ହେବା ଅନ୍ଧାର
ଚାଷୀର ଜୀବନ... ନାଇଁ କର ଧିକ୍କାର ॥୨॥

ନିଜେ ଭୁଖେ ରହି ଦୁନିଁଆ ଖୁଆସି
ସବକୁ ଯୁଗାଇ ଆହାର
ଚାଷୀର କମାନିରେ ସରକାର ରେଟକାରୀ
ଇ କଥାକେ କର ବିଚାର
ଚାଷୀ ନାଇଁ କମାଲେ ସୁନ୍ଦର ପୁରଥୀ
ଛନେକେ ହେବା ଅନ୍ଧାର
ଚାଷୀର ଜୀବନ.... ନାଇଁ କର ଧିକ୍କାର ॥୩॥

ସରକାରୀ ରେଟରେ ଚାଷୀକେ ନାଇଁ ମିଲେ
ୟୁରିଆ, ଗ୍ରୁମର ସାର
ମନ ଇଚ୍ଛା ବେପାରୀ ରେଟ କରୁଥିସନ
କେତେ ହେସି କାରବାର
ଚାଷୀ ନାଇ କମାଲେ ସୁନ୍ଦର ପୁରଥୀ
ଛନେକେ ହେବା ଅନ୍ଧାର
ଚାଷୀର ଜୀବନ... ନାଇଁ କର ଧିକ୍କାର
ଚାଷୀର ଜୀବନ... ନାଇଁ କର ଧିକ୍କାର ॥୪॥

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ