ପ୍ରେମିକା କହିଲା ନା ଥାଉ,
ଟିକିଲିର ମଜା ସିନ୍ଦୁରରେ ନାହିଁ
କିଛିଦିନ ବିତି ଯାଉ ॥
ପ୍ରେମିକା ମାଗୁଛି ଏଇନେ ସିନ୍ଦୁର
ଭ୍ରମରଠୁ ମଧୁ ଶୋଷି,
ବାସି ଫୁଲ କେବେ ପୂଜା ହୁଏ ନାହିଁ
କହିଲି ମୁଁ ମୁରୁକି ହସି ॥
କହୁଛି ସରାଗେ ଗରଭେ ରଖିଛି
ଆମ ପୀରତିର ସନ୍ତକ,
ମଧୁ ଶୋଷି ନେଇ ଗଲାପରେ
ଫେରି ଆସେ ନାହିଁ ମଧୁପ ॥
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।