ଅନ୍ଧକାର ଶୁକ୍ରବାର - ଅମରଜିତ ମଲ୍ଲିକ

0

ଦୁଃଖ ତ ଲାଗୁଛି
ଅନ୍ଧକାର ରାତ୍ରୀ 
କେତେ ଯେ ଜୀବନ ନେଲା
କାଳରାତ୍ରୀ ପୁଣି
କେତେ ଘରେ ସେତ
କେତେ ଦୁଖ କଷ୍ଟ ଦେଲା ॥୧॥
କାହା ପରିବାର
ରୋଜଗାରକ୍ଷମ 
ସମସ୍ତ ଛଡାଇ ନେଲା
କା'ର ପୁଣି ଆଜି
ପରିବାର ସଙ୍ଗେ
ଖୁସିର ଯେ ଅନ୍ତ ହେଲା ॥୨॥
ବାପା ପୁଣି ଖୋଜେ
ପୁଅର ଯେ ଶବ
ସ୍ତ୍ରିରୀ ଖୋଜେ ଆଜି ସ୍ଵାମୀ
ସବୁ ସମ୍ପର୍କ ଯେ
ଦୂର ହୋଇଗଲା
ଜଣାନାହିଁ କେତେ କିମି ॥୩॥
କି ଦୋଷ ଯେ ଥିଲା
ଜଣାନାହିଁ ପୁଣି
ନିରୀହ ଜୀବନ ଗଲା
ନିଃଷ୍ପାପ ଶିଶୁ ଏ
ଦୁନିଆ ଦେଖିନି
କାଳ ତାକୁ ନେଇଗଲା ॥୪॥
କାଳର କରାଳ
ରୂପରେ ଆଜି ତ
ସବୁ ଅନ୍ଧାକାର ହେଲା
ଦୋଷ ନାହିଁ ତା'ର
ବାହାନା ଯେ କଲା
ଦୁର୍ଘଟଣା ନାମ ହେଲା ॥୫॥
ଶୁକ୍ରବାର ରାତ୍ରୀ
କରମଣ୍ଡଳ ଯେ
ମିଳିଲାନି କଟକଣା
କେତେ ଲହୁ ଲୁହ
ଦୁନିଆ ଆଖିରେ
ବୁଦ୍ଧି ହୁଏ ବାଟବଣା ॥୬॥
ଦୁନିଆଟା ଆଜି
ଶୋକରେ ସନ୍ତପ୍ତ
ଏହି ସେହି କାଳରାତ୍ରୀ
ଭୁଲ୍ ଯେ କାହର
ଜଣାନାହିଁ କେତେ
ଦୁନିଆ ଛାଡ଼ିଲେ ଯାତ୍ରୀ ॥୭॥
ଆଖିର ଲୁହରେ
ଭିଜୁଛି ଆଜି ମୁଁ
କୋହ ମାନୁ ନାହିଁ ଛାତି
ସମସ୍ତଙ୍କ ପାଇଁ
ଠାକୁରଙ୍କ ପାଖେ
କୋହ ଭରେ ମଥା ପାତି ॥୮॥

ନୂଆମଙ୍ଗରାଜପୁର, ବଡ଼ମ୍ବା, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ