
ଦେଶ ଗଢିବା ପାଇଁ
ଶିଖିବା କେତେ ବିଜ୍ଞାନ କଥା
ଦେଶ ସୁରକ୍ଷା ପାଇଁ ॥୧॥
ହୋଇବା ବଡ଼ ରଖିବା ନାଆଁ
ଭାରତ ମାତା ପାଇଁ
ସୈନିକ ସାଜି ବନ୍ଧୁକ ଧରି
ଆଗକୁ ଯିବା ଧାଇଁ ॥୨॥
ଭାରତ ଆମ ଜନମ ଭୂଇଁ
ସନ୍ତାନ ଆମେ ତା'ର
କୋଳରେ ତାର ଜନମି କେତେ
ଗଲେଣି ବୀର ନର ॥୩॥
ଜନମ ଦେଇ କରିଛି ବଡ଼
ସେବାରେ ବ୍ରତୀ ହେବା
ବାହାର ଶତ୍ରୁ ଦେଶ ମଧ୍ୟକୁ
କଦାପି ନ ଛାଡିବା ॥୪॥
ରହିବା ସଦା ଜାଗ୍ରତ ଆମେ
ବୀର ପୋଷାକ ପିନ୍ଧି
ଶୁଣିବା ନାହିଁ ଶତ୍ରୁର କଥା
କରିବା ନାହିଁ ସନ୍ଧି ॥୫॥
ନଇଁବା ନାହିଁ ମୁଣ୍ଡ ଆମର
ଶତ୍ରୁ ପାଖରେ କେବେ
ବନ୍ଧୁକ ମୁନେ ଜବାବ ଦେବା
ରଖିବା ନାଆଁ ଯେବେ ॥୬॥
ସଭିଙ୍କୁ କରେ ଆହ୍ଵାନ ଆଜି
ଏକତ୍ର ହେବା ଆସ
ମାଟି ମାଆର ସମ୍ମାନ ପାଇଁ
କରିବା ଶତ୍ରୁ ଧ୍ଵଂସ ॥୭॥
ଦୁଃଖକୁ ତା'ର ଦେଇ ଦୂରେଇ
କରିବା ଜୟଗାନ
ଭାରତ ଆମ ଜନମ ମାଟି
ସବୁଠୁ ବଳିୟାନ ॥୮॥
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର, ଦୂରଭାଷ : ୯୮୫୩୧୪୨୫୧୦