ଆଉ ଅନୁରକ୍ତିରେ ଭରା
ମାଙ୍ଗଳିକ ଚିହ୍ନଟିଏ
ତ୍ୟାଗରେ ଛଳଛଳ
ସମ୍ପର୍କରେ ଝଲମଲ
ଶ୍ରଦ୍ଧା ଆଉ ତର୍ପଣର
ବିମ୍ବିତ ବନ୍ଦୁଟିଏ
ଗୋ ପ୍ରିତୀଲଗ୍ନା
ତୁମ ଉଷ୍ମ ବିଶ୍ୱାସର ଲହୁ
ଝରୁଥାଏ ଆଖିରୁ ହୃଦୟ
ଅପରିମିଚ ଦିହୁଡିର ବାହିରେ
ତୁମେ ପାରିହୁଅ
ସ଼ଷ୍ଟିରୁ ବିଲୟ
ତୁମ ଜ୍ଜଳନର ଶିଖା
ନିଅଣ୍ଟିଆ ସମୟର ଅନ୍ଧାର ପିଠିରେ
ଦିକ୍ ଦିକ୍ ଅଲୁଅ ଜଳାଏ
ତୁମ ହସର କୁହୁକି ପରା
ଦୁଃଖ ସବୁ ପିଇ ଯାଏ
ସମ୍ପର୍କ ଆଉ ସମୟର ଝୁଲାକୁ କାନ୍ଧେଇ
ଭଦ୍ରା ଗୋ
ତୁମେ ଶୀତଳ ଅନୁଭବର ମୁକ୍ତାଟିଏ